Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ବୌଦ୍ଧ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କଲେ

64 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଅପରାହ୍ନ ରେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ବୌଦ୍ଧ ଜ଼ିଲ୍ଲା ର 5ଟି ଉଚ୍ଚ ବିଦ୍ୟାଳୟ ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଜନତା ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ, ବିଳାସପୁର ଉଚ୍ଚ ବିଦ୍ୟାଳୟ, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା ଏବଂ କଣ୍ଟାମାଲ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହି ଆଭାସୀ ବୈଠକ ରେ 5ଟି ବିଦ୍ୟାଳୟ ର 591 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l

ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ରେ ଅଧିକ ନମ୍ବର ରଖି ଉତୀର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ଲକ୍ଷ ରଖିବା ସହିତ ପ୍ରତ୍ୟେକ ବିଦ୍ୟାଳୟ ରୁ ଶତକଡ଼ା 30 ପ୍ରତିଶତ ନମ୍ବର ରଖିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଜ଼ିଲ୍ଲାପାଳ ପରାମର୍ଶ ଦେଇଥିଲେ l ବିଶେଷ କରି ପିଲାମାନେ ତାଙ୍କ ର ସନ୍ତୁଳିତ ଆହାର ଠିକ ସମୟରେ ନେବା ସହିତ ଦୈନିକ ଖେଳ କସରତ କରି ଶରୀର କୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟାମ କରି ନିଜ କୁ ଫିଟ ରଖିବା, ରାତିରେ ହାଲକା ଖାଦ୍ୟ ଗ୍ରହଣ, ସମୟ ର ସଦୁପଯୋଗ କରିବା, ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ ରଖିବା, ଦୈନିକ 10 ପୃଷ୍ଠା ର ଲେଖିବା ଅଭ୍ୟାସ ରଖିବା, ପରୀକ୍ଷା ସମୟ ରେ ନିଜ ଭାଷା ରେ ଉତ୍ତର ଲେଖିବା ସହିତ ଶୀଘ୍ର ଶୀଘ୍ର ଉତ୍ତର ଲେଖିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l

ଏଥି ପୂର୍ବରୁ ଚଳିତ ବର୍ଷ ଜ଼ିଲ୍ଲାପାଳ ଜ଼ିଲ୍ଲା ର 10 ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, କ୍ରୀଡା ଶିକ୍ଷକ,19ଜଣ ଛାତ୍ର, ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ l ଏ ବର୍ଷ ମାଟ୍ରିକ ପରୀକ୍ଷା ରେ ଛାତ୍ର, ଛାତ୍ରୀ ଙ୍କ ସଫଳତା ବିଷୟରେ ଧ୍ୟାନ ଦେଇ 100 ପ୍ରତିଶତ ନମ୍ବର ରଖିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଯତ୍ନବାନ ରହିବା ପାଇଁ ପରାମର୍ଶ ଦେଇଥିଲେ l

Related Post

ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା

Posted by - October 13, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ,) ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର…

ସାରସ୍ୱତ ସାଧକ ଡଃ: ମଙ୍ଗଲୁ ଚରଣ ବିଶ୍ୱାଲଙ୍କୁ ବରଗଡ ଠାରେ ଶ୍ରଦ୍ଧାଞ୍ଜଳି

Posted by - January 12, 2022 0
ବରଗଡ/ଅତାବିରା;ଏକା ଧାରରେ ଜଣେ ମାଁ ମାଟି ସମ୍ବଲପୁରି ଭାଷା ସାହିତ୍ୟର କବି,କାହାଣି ଲେଖକ,ନାଟ୍ୟକାର,ଔପନ୍ୟାସିକ,ସମ୍ବଲପୁରି ଭାଷାର କର୍ଣ୍ଣଧାର,ସୁ ପ୍ରସିଦ୍ଧ ସମ୍ବଲପୁରି ଫିଲ୍ମ ଭୁଖାର ଲେଖକ,ଆକାଶବାଣି ଗିତିକାର,ସମାଜର ବେଦନା ଚେତନା…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର

Posted by - November 1, 2022 0
ବୌଦ୍ଧ  : (ଚିତ୍ତ ରଞ୍ଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଳକ ଦୁର୍ଗମ ଅଞ୍ଚଳ କୁସଙ୍ଗ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି…

ନବମ ଶ୍ରେଣୀ ଛାତ୍ରୀର ଅକସ୍ମାତ ମୃତ୍ୟୁ

Posted by - July 21, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବମ ଶ୍ରେଣୀର ଛାତ୍ରୀ ଅଲିଜାବେଥ ମେଲେକାଙ୍କ ଅକସ୍ମାତ ବିୟୋଗ, ସ୍ତବ୍ଧ କରିଦେଇଛି ତାଙ୍କ ପରିବାର ସହପାଠୀ ଏବଂ ଅଂଚଳବାସୀଙ୍କୁ, ବାପା ବୁଝି…

ଯାଜପୁର ରେ କଣ୍ଟେନମେଣ୍ଟ ଅବଧି ବଢିଲା ,ଜାଣନ୍ତୁ କେଉଠି ବଢିଲା

Posted by - April 27, 2020 468
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଏ ମଧ୍ୟରୁ ୧୮ ଜଣ ପଶ୍ଚିମବଙ୍ଗ ଫେରନ୍ତ ବୋଲି ସୂଚନା ରହିଛି। …