ଟିଟିଲାଗଡ ସରକାରି ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କ ଅଭାବ, ଏ ଦୁଃଖ ଦୂର ହେବ କେବେ ?

361 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସରକାରି ଡ଼ାକ୍ତରଖାନା ଉପରେ ଚିକିତ୍ସା ପାଇଁ ହଜାର ହଜାର ଲୋକ ସହର ତଥା ଆଖପାଖ ଅଞ୍ଚଳରୁ ଆସନ୍ତି ଚିକିତ୍ସା ପାଇବା ପାଇଁ, ଲୋକଙ୍କର ବିଶ୍ୱାସ ଥିବା ଯୋଗୁଁ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ଚିକିତ୍ସା ହେବା ପାଇଁ, ଆସିବା ସ୍ୱଭାବିକ ମଧ୍ଯ କାରଣ ହେଲା ଏହି ସରକାରି ଡ଼ାକ୍ତରଖାନାରେ ଥିବା ବିଜ୍ଞ ଡାକ୍ତରଙ୍କ ଚିକିତ୍ସା । ଏଠାରେ ଦିନକୁ ଦିନ ସଫା ସୁତୁରାରେ ସୁଧାର ହେବା ସହ ଗର୍ଭବତୀ ମହିଳାଙ୍କ ପାଇଁ ଏ ହେଉଛି ସବୁଠାରୁ ଭଲ ସ୍ଥାନ, ଏହି ଡ଼ାକ୍ତରଖାନାରେ ଗର୍ଭବତୀ ମହିଳାଙ୍କ ପ୍ରାରମ୍ଭିକ ଚିକିତ୍ସା, ଚେକ ଅପ, ଅଲଟ୍ରା ସାଉଣ୍ଡ, ରକ୍ତ ପରୀକ୍ଷା ଠାରୁ ନେଇ ଛୁଆ ଜନ୍ମ ଯାଏଁ ସରକାରଙ୍କ ନିୟମାନୁଯାୟୀ ନିଃଶୁକ୍ଳରେ ସବୁ ସୁବିଧା ଉପଲବ୍ଧ, ତାପରେ ଫେମିଲି ପ୍ଲାନିଂ ବି କରୁଛନ୍ତି ଡ ବଳରାମ ସାହୁ। ସେହିପରି ଛୋଟ ଶିଶୁ ମାନଙ୍କ ନିମନ୍ତେ ଡାକ୍ତର ବିଜୁ ଅଗ୍ରୱାଲ ଏବଂ ଗୋପବନ୍ଧୁ ସାହୁ ଅତି ଉତ୍ତମ ଚିକିତ୍ସା ଯୋଗାଉଥିବା ବେଳେ ବହିର୍ବିଭାଗରେ , ହରିଶ ସାହୁ,ଡାକ୍ତର ମହାନ୍ତି ଓ ଡାକ୍ତର ପାଲ ମଧ୍ଯ କୌଣସି ଗୁଣରେ କମ ନୁହନ୍ତି ସେବା ଦେବାରେ। ରୋଗୀ ଆସିଲେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି କିନ୍ତୁ ପରିତାପର ବିଷୟ ଯେ ଦିନକୁ ଦିନ ଡାକ୍ତରଙ୍କ ସଂଖ୍ୟ। କମିବାରେ ଲାଗିଛି ଯଦ୍ୱାରା ସେହି କାର୍ଯ୍ୟରତ ଡାକ୍ତରଙ୍କ ଉପରେ ବୋଝ ବଢ଼ି ଯାଉଛି।

ଦିନକୁ ୨୪ ଘଣ୍ଟା, ତିନୋଟି ଡାକ୍ତର ଆଠ ଘଣ୍ଟା ଲେଖା ଦାୟିତ୍ଵ ନେଇ ଚିକିତ୍ସା ଯୋଗାଇବେ, ବହିର୍ବିଭାଗରେ ଯଦି କାର୍ଯ୍ୟ କରିବେ ତାହେଲେ କାର୍ଯ୍ୟ ସୂଚୀ ଅନୁସାରେ ଆଉ ରୋଗୀଙ୍କୁ ଦେଖିବା ଅସମ୍ଭବ କାରଣ କେଉଁ ଦିନ ସକାଳେ ତ କେତେବେଳେ ଦୀପହରେ ତ କେତେବେଳେ ରାତି କାର୍ଯ୍ୟ କରିବାକୁ ପଡ଼ିବ। ତାହେଲେ ଗର୍ଭବତୀ ଓ ଶିଶୁଙ୍କୁ ସେବା ଯୋଗାଉଥିବା ଡ଼ାକ୍ତର କିପରି କରିପାରିବେ ? ବହିର୍ବିଭାଗରେ ଡାକ୍ତର ଯଦି ରୋଗୀ ଦେଖିବାକୁ ଉପଲବ୍ଧ ଥାନ୍ତେ ତାହେଲେ ଅନ୍ୟ ପଟେ ଏହାର ପ୍ରଭାବ ପଡ଼ନ୍ତା ନାହିଁ।

ଏସଡିଏମଓ ଶ୍ରୀ ପିକେ ନାୟକ ଯିଏ କି ଏହି ଡ଼ାକ୍ତରଖାନାର ସବୁଠୁ ଅଭିଜ୍ଞ ଡାକ୍ତର, ମେଡିସିନ ସ୍ପେଶିଆଲିଷ୍ଟ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ସେ ଏହି ଦାୟିତ୍ବ ନେବା ପରେ ଆଉ ଡ଼ାକ୍ତରଖାନା ଭିତରେ ନିଜ କେବିନରେ ରୋଗୀ ଦେଖୁ ନାହାନ୍ତି କେବଳ ନିଜର ଘରେ ରୋଗୀ ଦେଖୁଛନ୍ତି, ଯଦ୍ୱାରା ରୋଗୀ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି, ଆଉ ଜଣେ ମେଡ଼ିସିନ ସ୍ପେଶିଆଲିଷ୍ଟ ଶ୍ରୀ ହେମନ୍ତ ମେହେର ସେ ତାଙ୍କ ସପ୍ତାହକୁ ତିନି ଦିନ ଯାକର କାମକୁ ଶୁକ୍ରବାର ରାତି ୧୦ ଟ।ରୁ ଶନିବାର ରାତି ଯାଏଁ ରୋଗୀ ଦେଖନ୍ତି, ରୋଗୀଙ୍କ ପ୍ରବଳ ଭିଡ଼ ମଧ୍ଯ ହୁଏ। କିନ୍ତୁ ସେ ଗଲାପରେ ସରକାରୀ ଡାକ୍ତରଖାନାରେ ଆଉ ମେଡ଼ିସିନ ସ୍ପେଶିଆଲିଷ୍ଟ୍ ଆଉ କେହି ନାହାଁନ୍ତି। କିଛି ମାସ ପୂର୍ବରୁ ଜଣେ ସର୍ଜରି, ଜଣେ ମହିଳା ଓ ପ୍ରସୂତି ଓ ଜଣେ ସାଧା ଡାକ୍ତର ଆସି ଯୋଗଦେଇ ଧୀରେ ଧୀରେ ସମସ୍ତେ ପଳାଇଲେ, ଏବେ ଆଖି ଡାକ୍ତର ପ୍ରଣତି ସାହୁ, ଡ ଓଁକାର ହୋତା ଦୁହେଁ ଛୁଟିରେ ଗଲେ। ତେବେ ସପ୍ତାହର ଛ ଦିନ ଯାକ ଚାରୋଟି ଡ଼ାକ୍ତର ହିଁ ଲୋକଙ୍କୁ ଚିକିତ୍ସା ଦେବାକୁ ପଡ଼ିବ। ସେ ଭିତରେ ଗର୍ଭବତୀ ଓ ଶିଶୁ ବିଭାଗର ଡାକ୍ତର ମଧ୍ଯ ସାମିଲ ହେବେ, ତାହେଲେ ସେମାନେ ବହିର୍ବିଭାଗ ଛାଡ଼ି ଯଦି ଜରୁରୀ କାଳୀନ ଚିକିତ୍ସା ପାଇଁ କିଏ ଆସେ ତାହେଲେ ସେମାନେ କରିବେ କଣ ?

ବାରମ୍ବାର ଯେତେ ଅଭିଯୋଗ, ଯେତେ ଦାବି କଲେ ମଧ୍ୟ ସ୍ଥାନୀୟ ଏସଡିଏମଓ, ଉପଜିଲ୍ଲାପାଳ, ବିଧାୟିକା ତଥା ମନ୍ତ୍ରୀ, ସାଂସଦ, ସିଡିଏମଓଙ୍କୁ ଯେତେ କହିଲେ ମଧ୍ଯ କିଛି ସୁଫଳ ନ ମିଳିବାରୁ ଲୋକେ ଏବେ ଚିନ୍ତାରେ, ସେମିତି ବି ଅସ୍ଥିସଲ୍ୟ ବିଶେଷଜ୍ଞ, ମେଡ଼ିସିନ ବିଶେଷଜ୍ଞ, ବହିର୍ବିଭାଗରେ ଦେଖିବା ପାଇଁ ଡାକ୍ତରଙ୍କ ଘୋର ଅଭାବ ତଥା ପଦବୀ ଖାଲି ପଡ଼ିଛି, ତା ସତ୍ତ୍ୱେ ବି ରୋଗୀଙ୍କ ପାଈଁ ଯୋଗାଇ ଦିଆଯାଉଛି ସ୍ବାସ୍ଥ୍ୟ ସେବା। ସହରରେ ଏବେ ଆଲୋଚନାର ବିଷୟ ଟିଟିଲାଗଡ଼ ଜିଲ୍ଲା ହେବ ଯେବେ ଡାକ୍ତର ଅସୁବିଧା ମିଟିବ ସେବେ ? କି ? ସରକାର ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ କିନ୍ତୁ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ପୂରଣ କରିପାରିଲେ ନାହିଁ, ପ୍ରାରମ୍ଭିକ ଚିକିତ୍ସା ପାଇଁ ତ ଲୋକେ ନିକଟସ୍ଥ ଡ଼ାକ୍ତରଖାନା ଉପରେ ନିର୍ଭର ହିଁ କରିବେ, ଏଣୁ ରାଜନୈତିକ ନେତାଙ୍କୁ ଅନୁରୋଧ ଏ ଦିଗରେ ଯଥା ଶୀଘ୍ର ପଦକ୍ଷେପ ନେବା ସହ ପ୍ରାରମ୍ଭିକ ଚିକିତ୍ସା ଯୋଗାଇବା ପାଇଁ ଆଉ ଡାକ୍ତର, ନର୍ସଙ୍କ ନିଯୁକ୍ତି ଜରୁରି ହୋଇପଡ଼ିଲାଣି, ନଚେତ କାର୍ଯ୍ୟ ଭାରରେ ଚାପି ହୋଇ ଏହି ଡାକ୍ତରଙ୍କ ବିଷୟରେ ଶୁଣିବାକୁ ମିଳିବ ଯେ ଏମାନେ ଚିକିତ୍ସା କରି କରି ନିଜେ ରୋଗୀ ହୋଇସାରିଥିବେ। ଡ଼ାକ୍ତର ଏବଂ ନର୍ସ ଏମାନଙ୍କ ବି ଜୀବନ ଅଛି, ପରିବାର ଅଛି, ସେମାନେ ବି ମଣିଷ, ମେସିନ ନୁହନ୍ତି, ଚିକିତ୍ସା କରିବେ ବୋଲି କଣ ସବୁଦିନ ତିନି ଜଣଙ୍କ କାମ ଜଣେ ଜଣେ କରିବା ସମ୍ଭବ କି ? ଏହା ସ୍ୱାସ୍ଥ୍ୟ ସେବା ଅଟେ କୌଣସି ପାନ ଦୋକାନ ନୁହେଁ, ଅଧିକାରି, ନେତା ଓ ମନ୍ତ୍ରୀ, ଶାସକ ଓ ବିରୋଧୀ ଦଳମାନେ ଏ ଦିଗରେ ଯଥା ଶୀଘ୍ର ପଦକ୍ଷେପ ନେ଼ଇ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି। ନହେଲେ ରୋଗୀଙ୍କୁ ଦେଖିବା ପରେ ରେଫର ହସ୍ପିଟାଲର ବୋର୍ଡ ଝୁଲାଇବାକୁ ପଡ଼ିବ ଚିକିତ୍ସା ପୁର୍ବରୁ। କଥା ଆମର ବିଚାର ଆପଣଙ୍କର।

Related Post

ବୌଦ୍ଧ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ସବୁଜିମାମୟ ହେବ ମହାନଦୀ ତଟବର୍ତୀ ଅଂଚଳ

Posted by - June 26, 2021 0
ବୌଦ୍ଧ:(ଚିତରଞ୍ଜନ ସିଂ)ବିଭିନ୍ନ କାରଣରୁ ଏକଦା ଘଂଚ ଅରଣ୍ୟ ସଂପଦ ଥିବା ଓଡ଼ିଶାରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛିୁ । ରାଜ୍ୟରେ ଜଙଯଗଲର ଆୟତନ ହ୍ରାସ ପାଇଲାଣି ।…

ବିଜେଡିର ସାଂଗଠନିକ ବ୍ୟବସ୍ଥା ସୁଧାରିବାକୁ ପ୍ରମୋଦ ପଟ୍ଟନାୟକ ଜରୁରୀ,ଘରବାହୁଡ଼ା ପାଇଁ ରାଜ୍ୟ କର୍ମକର୍ତ୍ତାଙ୍କ ଉଦ୍ୟମ

Posted by - November 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ଘଟଣା କଳାହାଣ୍ଡି ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଶାସକ ବିଜେଡି ଦଳ ର ପତିଆରା…

ଜିନ୍ଦାଲ ଷ୍ଟିଲ ୱାର୍କ ର ଜମି ଅଧିଗ୍ରହଣ ବେଳେ ଢିଙ୍କିଆରେ ପୁଲିସର ନିସ୍ତୁକ ଲାଠିମାଡ଼

Posted by - January 14, 2022 0
ଭୁବନେଶ୍ବର :ଜେ.ଏସ.ଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିକଟକୁ…

ପଛୁଆବର୍ଗ ଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବିରେ ଟିଟିଲାଗଡ଼ ଓବିସି ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ

Posted by - October 16, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉପୁଜିଛି ଦ୍ଵନ୍ଦ, ପଛୁଆ ବର୍ଗ ତଥା ଓବିଶି ଲୋକଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ…