ଚାକିରି ନାଁ ରେ ମିଛ ବିଜ୍ଞାପନ – ସହର ସାରା ଲାଗିଛି ପୋଷ୍ଟର

380 0

ଅନୁଗୋଳ -:(ମହେଶ ଭୋମରାଜ)ସହର ସାରା ଲଗା ଯାଇଛି ପୋଷ୍ଟର । ନିର୍ମଳ ଯୋଜନା ଜରିଆରେ ଡାକ୍ତରଖାନାରେ ଦିଆଯିବ ନିଯୁକ୍ତି । ସୁରକ୍ଷା କର୍ମୀ , ଡାଟା ଏଣ୍ଟ୍ରି ଅପରେଟର , ୱାର୍ଡ ଆଟେଣ୍ଡାଣ୍ଟ , ରିସିପସନିଷ୍ଟ ଓ ପିଅନ ପଦବୀ ନିଯୁକ୍ତି ଦିଆ ଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଆଉ ଏ ଚାକିରି ବାବଦକୁ କେତେ ଦରମା ପାଇବା ତା ମଧ୍ୟ ପୋଷ୍ଟରେ ଲେଖା ଯାଇଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପାଇଁ ମେଲ ଆଇଡିଆ ଓ ଟେଲିଫୋନ ନମ୍ବରରେ ଯୋଗଯୋଗା କରିବା ପାଇଁ କୁହା ଯାଇଛି । ହେଲେ ସରକାରଙ୍କ ନିର୍ମଳ ଯୋଜନା ନାମରେ ଲଗା ଯାଇଥିବା ଏହି ପୋଷ୍ଟର ମିଛ ବୋଲି ଜଣା ପଡିଛି

ଏହା ନିରୀହ ଶିକ୍ଷିତ ଯୁବକ ମାନଙ୍କୁ ଠକିବା ପାଇଁ ଲଗା ଯାଇଛି ବୋଲି ନିର୍ମଳ ଯୋଜନା ହାତକୁ ନେଇଥିବା ସଂସ୍ଥାର ଅଧିକାରୀ କହିଛନ୍ତି ।  ଏପରିକି ସଂସ୍ଥାର ଅନୁଗୋଳ ଜିଲ୍ଲା ଦାୟିତ୍ବରେ ଥିବା ଅଧିକାରୀ ଶକ୍ତି ରଞ୍ଜନ ପ୍ରଧାନ , ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତାଙ୍କ କହିବା କଥା ସରକାରଙ୍କ ଠାରୁ ଯାଜପୁର ପାଣିକୋଇଲିର ଭାରତ ସିକ୍ୟୁରିଟି ସର୍ଭିସ , ଅନୁଗୋଳରେ କାମ କରିବା ପାଇଁ ଦାୟିତ୍ଵ ନେଇଛି । କିନ୍ତୁ ପୋଷ୍ଟରରେ ଉଲ୍ଲେଖ ଥିବା ପଦବୀର ବର୍ତ୍ତମାନ କୌଣସି ଆବଶ୍ୟକତା ନାହିଁ କିମ୍ବା ତାଙ୍କ ସଂସ୍ଥା ଦ୍ଵାରା ଏଭଳି ବିଜ୍ଞାପନ କରା ଯାଇ ନାହିଁ । ତାଙ୍କ ସଂସ୍ଥାକୁ ବଦନାମ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଏଭଳି ନକଲି ବିଜ୍ଞାପନ ଲଗା ଯାଇଥିବା ସେ କହିଛନ୍ତି । ବିଜ୍ଞାପନରେ ପଞ୍ଜିକରଣ ମୂଲ୍ୟ ୧୫୦୦ ଟଙ୍କା ମଧ୍ୟ ଉଲ୍ଲେଖ ରହିଛି । ଏଣୁ କେହି ସାଧାରଣ ଯୁବକ ଯୁବତୀ ମାନଙ୍କୁ ଠକିବା ପାଇଁ ଏଭଳି ଯୋଜନା କରିଛି ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l

Related Post

ଅଷ୍ଟସମ୍ଭୁ ସରଣ୍ଡା ର ଶ୍ରୀ ଶ୍ରୀ ବାବା ବିଶ୍ୱେଶ୍ୱର ଶୈବ ପିଠରେ ଚୋରୀ ଅଭିଯୋଗ

Posted by - November 21, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲାର ବର୍ତ୍ତମାନ ପରିସ୍ଥିତି ଅତି ସାଂଘାତିକ ।ଚୋରୀ ,ଡକାୟତି,ହତ୍ୟା,ଆଦି ଅସାମାଜିକ ଘଟଣା ବାରମ୍ବାର ସାମ୍ନା କୁ ଆସୁଥିବାବେଲେ ନିକଟରେ ତୋରା ଗ୍ରାମର ଯୁବକ ଗୋବିନ୍ଦ କୁମ୍ଭାର…

ଯୁବକକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ମହଙ୍ଗା ପଡିଲା

Posted by - May 24, 2022 0
ସମ୍ବଲପୁର/ବ୍ରଜରାଜନଗର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ରାମଗଡ଼ ବନ୍ଧ ନିକଟରେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଯୁବକକୁ ଚାରି ଜଣ ଯୁବକ ବନ୍ଧୁକ…

ଭାଈ ସାଜିଥିଲା ଭଗାରୀ : କୁସୁପୁର ଗଣହତ୍ୟା ମାମଲାର ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Posted by - April 19, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାଈ ସାଜିଥିଲା ଭଗାରୀ । କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗ୍ରାମର ବହୁ ଚର୍ଚ୍ଚିତ ଗଣହତ୍ୟା…

ଲଭ,ସେକ୍ସ ଓ ଧୋକ୍କା,ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ।

Posted by - September 27, 2019 0
ଯାଜପୁର:( ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଜଣେ ଯୁବନେତା ସେହି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିସୃତି ଦେଇ ଶାରିରୀକ ସମ୍ପର୍କ ରଖି…

Leave a comment

Your email address will not be published.