ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଟିଟିଲାଗଡ ଓମ ଭ୍ୟାଲି ବିଦ୍ୟାଳୟର ଛାତ୍ରୀ ଦିବ୍ୟା କମାନି, କ୍ୟାଡେଟ ଜୀ ବଂଶିକା(ସ୍ଵର୍ଣ୍ଣ ପଦକ) ଓ ନମ୍ରତା ଦର୍ଜି( ରୌପ୍ୟ ପଦକ) ଓ ଜୁନିୟର ବର୍ଗ ରେ ଜୀ ବଂଶିକା ରୋପ୍ୟ ପଦକ ହାସଲ କରିଥିବା ସମସ୍ତଙ୍କୁ ଆଜି ସମ୍ବର୍ଧନା ଦିଆ ଯାଇଛି। ଏହି ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଟିଟିଲାଗଡ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ସମ୍ମାନିୟ ଅତିଥି ଭାବେ ଟିଟିଲାଗଡ ପୌରଦ୍ଧକ୍ଷା ଶ୍ରୀମତି ମମତା ଦେବୀ ଜୈନ, ଓମ ଭ୍ୟାଲି ବିଦ୍ୟାଳୟର ଏମ ଡି ବିଭା ଗୁପ୍ତା, ଟିଟିଲାଗଡ ଗରିବ ସେନାର ସଭାପତି ବୀରେନ୍ଦ୍ର ବାଗ, ଯୁଡୋ ଆସୋସିଏସନର ସଭାପତି ଗୋବିନ୍ଦ ଜୈନ, ସମ୍ପାଦକ ଦେବେନ୍ଦ୍ର ଜୈନ, କୋଷାଧ୍ୟକ୍ଷ କେଦାର କବାଟ, ଓମ ଭ୍ୟାଲି ବିଦ୍ୟାଳୟର ଅଧ୍ୟକ୍ଷ ମହେଶ ପ୍ରସାଦ ମିଶ୍ର, ପିଟି ଶିକ୍ଷକ ଡେନିଆଲ ମଞ୍ଚାସିନ ଥିଲେ। ଏହି ଅବସରରେ ଅତିଥି ମାନେ ଆଗକୁ ଆଉ ଭଲ ଖେଳି ଦେଶ ପାଇଁ ନାମ ଅର୍ଜନ କର ବୋଲି ନିଜ ବକ୍ତବ୍ୟରେ କହିଥିଲେ।
