ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଛି। ଏହି ଅବସରରେ ଜଳ ସଂପଦ ବିଭାଗ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି ସଚେତନତା ରଥ କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ପତାକା ହଲାଇ ଶୁଭ ଉଦଘାଟନ କରିଛନ୍ତି।
ଏହି ସଚେତନତା ରଥଟି ଜିଲ୍ଲାର ସମସ୍ତ ବ୍ଳକ ବୁଲିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡାଇ, ଏସଡ଼ିଓ ଅନ୍ତଯ୍ୟାମୀ ମହାନ୍ତି,ସହକାରୀ ଯନ୍ତ୍ରୀ ଶୁଧାଂଶୁ ଶେଖର ନାୟକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।