ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ବ୍ଲକ ସ୍ତରୀୟ କ୍ୟାମ୍ପ କୋର୍ଟ

57 0

ନବରଙ୍ଗପୁର:୩୧/୦୧(ବେଣୁ ଗୋପାଳ ରାଓ)ନନ୍ଦାହାଣ୍ଡି ପଂଚାୟତ ସଭା ଗୃହରେ ଆଜି ଜିଲ୍ଲା ଶିଶୁ ମଙ୍ଗଳ କମିଟି ର କ୍ୟାମ୍ପ କୋର୍ଟ ଡାବୁଗାଁ ପଂଚାୟତ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I ଏହି କ୍ୟାମ୍ପ ର ଅଭିମୁଖ୍ୟ ଥିଲା କି କୋଭିଡ଼ -୧୯ ସମୟରେ ମାତା ପିତାଙ୍କୁ ହରାଇଥିବା ଶିଶୁ ମାନଙ୍କ ପାଖରେ ପହଂଚି ସେମାନଙ୍କୁ ସରକାରଙ୍କ ବିଭିର୍ଣ୍ଣ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟ I ଏହି ଶିଶୁ ମାନଙ୍କୁ ସ୍ପନସରସିପ , ଯୋଉଁ ପିଲାମାନେ ୧୮ ବର୍ଷରୁ ଉର୍ଦ୍ଧ ସେମାନଙ୍କୁ ବିଭିର୍ଣ୍ଣ ଧନ୍ଦା ମୂଳକ ଶିକ୍ଷା ସହ ସଂଯୋଗ କରିବା ଥିଲା ଏହାର ମୁଖ୍ୟ ମୁକ୍ଷ୍ୟ ଲକ୍ଷ୍ୟ , ଏହି ଯୋଜନାରେ (ଆଶୀର୍ବାଦ ଯୋଜନା ) କେବଳ ପିତାଙ୍କୁ ହରାଇଥିବା ଶିଶୁ ୧୫୦୦ ଟଙ୍କା ଏବଂ ଉଭୟ ମାତା ପିତ୍ତାଙ୍କୁ ହରାଇଥିଲେ ୨୫୦୦ ଟଙ୍କା ସରକାରଙ୍କ ଆଶୀର୍ବାଦ ଯୋଜନାରେ ଆର୍ଥିକ ସାହାର୍ଯ୍ୟ ପାଇବେ I କ୍ୟାମ୍ପ ରେ ୧୮୦ ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ ଏଥିରୁ ୩୬ ଜଣ ପୂର୍ବରୁ ଆଶୀର୍ବାଦର ହିତାଧିକାରୀ ଅଟନ୍ତି ଏବଂ ୩୦ ରୁ ଅଧିକ ନୂତନ ଆଶୀର୍ବାଦର ହିତାଧିକାରୀ ପାଇଁ ଆବେଦନ କରିଥିଲେ I ଏହି କ୍ୟାମ୍ପ କୁ ଆନୁଷ୍ଠାନିକ ଭାବରେ ଆଇ.ସି.ଡୀ.ଏସ ର ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଗୀତା ମହାରଣା ସମସ୍ତଙ୍କୁ ସ୍ୱାଗତ କରି କ୍ୟାମ୍ପ କୁ ଆରମ୍ଭ କରିଥିଲେ I

ଏହି କ୍ୟାମ୍ପ ରେ ବ୍ଲକ ବିକାଶ ଅଧିକାରୀ ଶ୍ରୀ.ଶିବ ଶଙ୍କର ମୁର୍ମୁ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ଅଧକ୍ଷ ଶ୍ରୀ ଦିବାକର ବIହୁକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଶ୍ରୀମତୀ ମିନତୀ ମହାପାତ୍ର , ଜିଲ୍ଲା ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଶ୍ରୀ ପ୍ରଶର୍ଣ୍ଣ ପଟନାୟକ, ଆଇ.ସି.ଡୀ.ଏସ ର ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଗୀତା ମହାରଣା , ଅରୁଣା ର ଜିଲ୍ଲା ସଂଯୋଜିକା ପ୍ରଭାସିନୀ ପଟନାୟକ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏଲ .ପି.ଓ. ଶ୍ରୀ କିଶୋର ଚନ୍ଦ୍ର ମାର୍ଥା , ପି.ଓ.ଆଇ.ସି. ଶ୍ରୀମତୀ କୁନିମଣି ସ୍ୱାଇଁ , ସାମାଜିକ କର୍ମୀ ଶ୍ରୀ ସମରେନ୍ଦ୍ର ପରିଡା , ଜିଲ୍ଲା ଶିଶୁ ମଙ୍ଗଳ କମିଟି ର କର୍ମୀ ସନ୍ତୋଷ ଜେନା , ପଣ୍ଡିତ ଦିନ ଦୟାଲ ବାଳିକା ଆଶ୍ରମର ଜସ୍ମିତା ନାୟକ ଏବଂ ଉତ୍କଳ ବାଳାଶ୍ରମର ଅଧିକ୍ଷକ ରାମକୃଷ୍ଣ ସାବତ, ଶ୍ରୀ . ଶ୍ରୀପତି ତ୍ରିପାଠୀ ଆଦି ଯୋଗ ଦେଇ କ୍ୟାମ୍ପ କୁ ସଫଳ କରିବା ନିମନ୍ତେ ସାହାର୍ଯ୍ୟ ସହଯୋଗ କରିଥିଲେ I ଏହି ଶିଶୁ ମାନଙ୍କୁ ମୁଖ୍ୟ ସ୍ତୋତ୍ରରେ ସାମିଲ କରାଇବାରେ ଏହି ବ୍ଲକ ର ଅଙ୍ଗନ ବାଡ଼ି କର୍ମୀ ମାନଙ୍କ ଭୂମିକା ଅତୁଳନୀୟ ଥିଲା ଇ

 

Related Post

ଗଣପର୍ଵ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Posted by - August 25, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ସଭାପତି ଜୟନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆଜି ରାଜ୍ୟ ସ୍ତରୀୟ ଭାଇ ଚାରାର…

ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Posted by - August 10, 2022 0
ସୋନପୁର :(ଅଜିତ କୁମାର ପୂଜାହାରି)  ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ମଝିପଡ଼ା ପ୍ରାଙ୍ଗଣ ରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ…

ଜଳସେଚନ ଦାବିରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରାଉ

Posted by - December 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଏସିଆର ଏକ ବୃହତ୍ତମ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ସୁ ପରିଚିତ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଦେଖାଦେଇଛି ଜଳ ସଙ୍କଟ ଏଥିଯୋଗୁଁ ଏହାର…

କରୋନାରେ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ୧୧୪ ଆମ୍ବ ଗଛ ରୋପଣ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା…

ହରଭଙ୍ଗା ବ୍ଲକରେ ନୂତନ ବି. ଡି. ଓ ଙ୍କ ନିଯୁକ୍ତି…..

Posted by - September 9, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଆଜି ହରଭଙ୍ଗା ବ୍ଲକରେ ନୂତନ ବି.ଡି.ଓ ରବୀନ୍ଦ୍ରନାଥ କହଁର କାର୍ଯ୍ୟରେ ଯୋଗ ଦେଇଛନ୍ତି। ହରଭଙ୍ଗା ବ୍ଲକରେ ଥିବା ବି.ଡି.ଓ ସ୍ମିତା ରଥ ଙ୍କୁ…