ଧର୍ମଗଡ:(ହେମନ୍ତ କୁମାର ମାଝୀ)ସରକାରୀ ମାଲ ଦରିଆନ ମେ ଢାଲ।ପ୍ରଶାସନ ର ଠିକା ପୋଷା ନୀତି ଯୋଗୁଁ ସରକାରୀ ଅର୍ଥ ଅପବ୍ୟୟରେ ପରିଣତି ।ଧର୍ମଗଡ ବ୍ଲକ କଦଲିମୁଣ୍ଡା -ଛତିଶଗଡ଼ ସଂଯୋଗ କରୁଥିବା ରାସ୍ତା ଏବେ ତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି।କଦଲିମୁଣ୍ଡା ଠାରୁ ଛତିଶଗଡ଼ କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ ବାରମ୍ବାର ହେଉଥିଲେ ମଧ୍ୟ ସୁଧାର ହେଇ ପାରୁନି।ସରକାରୀ ଅର୍ଥ କୁ ହରିଲୁଟ ଉଦ୍ୟମ ରଖି ଏହି ରାସ୍ତା ପ୍ରତି ଯୋଜନା ଉପରେ ଯୋଜନା ର ବର୍ଷା ଅଜାଡି ଦିଆ ଯାଉଛି ସତ ହେଲେ ଅର୍ଥ ସଠିକ ଭାବେ ଖର୍ଚ୍ଚ ହେଉନି।ଯାହାକି ଅଳ୍ପ ଦିନ ଭିତରେ ରାସ୍ତା ଶୋଚନୀୟ ହେଉଥିବା ଲୋକେ ପ୍ରକାଶ କରନ୍ତି।
ଗତ ୪-୫ମାସ ତଳେ ପଞ୍ଚଦଶ ଅର୍ଥ କମିଶନ ଯୋଜନା ରେ ୫ଲକ୍ଷ ଟଙ୍କା ବ୍ୟୟବରାଦ ରେ ମୁରୁମ ଓ ମେଟାଲ କାମ ହୋଇଥିଲା।୪ମାସ ନ ପୁରୁଣୁ ଏବେ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବର୍ତ୍ତମାନ କାମ ଆରମ୍ଭ ହୋଇଛି।ଏଥିରେ ବ୍ୟୟବରାଦ ଭାବେ ୫ଲକ୍ଷ ଟଙ୍କା ଥିବା ଜଣାପଡିଛି।ବର୍ତ୍ତମାନ ମୁରୁମ ପଡିଥିବାବେଳେ ମେଟାଲ ପକେଇବା ପ୍ରକ୍ରିୟା ଆରମ୍ଭ ହୋଇଛି।ତେବେ ମେଟାଲ ସମ୍ପୂର୍ଣ୍ଣ ନିମ୍ନମାନର ହୋଇ ଥିବା ବେଳେ ହାତେ ରେ ଗୋଟାଏ ପଡୁଥିବା ଲୋକେ ପ୍ରକାଶ କରନ୍ତି।ସବୁଠି ଆଶ୍ଚର୍ଯ୍ୟ ବିଷୟ ମେଟାଲ ବିଷୟରେ ସମ୍ପୃକ୍ତ ଯନ୍ତ୍ରୀ ପଦ୍ମାବତୀ ସେନାପତି ସମ୍ପୂର୍ଣ୍ଣ ଅବଗତ ଥିଲେ ହିଁ ଠିକାଦାର ଙ୍କୁ ସହାନୁଭୂତି ଦେଖାଉଛନ୍ତି।ଯାହାତାଙ୍କ ପ୍ରତୁକ୍ରିୟା ରେ ସ୍ଥାନୀୟ ଅଞ୍ଚଳରେ ଯେଉଁ ମେଟାଲ ମିଳୁଛି ତାହା ହିଁ ବ୍ୟବହାର କରାଯାଉଥିବା ପ୍ରକାଶ କରିଥିଲେ।
ଏଥିରୁ ସ୍ପଷ୍ଟ ପାଦିତ ଯେ ଠିକାଦାର ସହ ପ୍ରଶାସନ ମିଳିମିଶି ସରକାରୀ ଅର୍ଥ କୁ ହରିଲୁଟ ଉଦ୍ୟମ ରଖିଛନ୍ତି।ଏହି ରାସ୍ତା କାମ ବାରମ୍ବାର ହେବା ଓ ନିମ୍ନ ମାନର କାମ ହେଉଥିବା ନେଇ ମାନବିକ ଅଧିକାର କର୍ମୀ ହେରମ୍ବ ସେନାପତି କଳାହାଣ୍ଡି ଜିଲ୍ଲା ପାଳ ସମେତ ବିଡ଼ିଓ ଓ ବିଭାଗୀୟଯନ୍ତ୍ରୀ ଙ୍କୁ ଜଣାଇ ଛନ୍ତି।ଅଭିଯୋଗ ପରେ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ପା ଯନ୍ତ୍ରୀ କାର୍ଯ୍ୟସ୍ଥଳ କୁ ନ ଆସି ଠିକାଦାର ସହ ମଧୁଚନ୍ଦ୍ରିକା ସମ୍ପର୍କ ଜାରି ରଖିଥିବା ଶ୍ରୀ ସେନାପତି ଅଭିଯୋଗ ଉଠାଇ ଲୋକାୟତ ଓଡ଼ିଶା କୁ ଜଣାଇବା କୁ ପ୍ରକାଶ କରିଛନ୍ତି। ଏନେଇ ଧର୍ମଗଡ଼ ଵିଡିଓ ଶରତ କୁମାର ସେଠୀ ଙ୍କୁ ପଚାରିବାରୁ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ।