ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟସନ ରେ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ

56 0

ଭବାନୀପାଟଣା:୩୧/୧(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବାନ୍ଦୋପଲା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପରିସରରେ ବିଜେନେସ ପ୍ଲାନ ହାକାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ର କାର୍ଯ୍ୟନିର୍ବାହୀ ନିର୍ଦେଶକ ନାଗେଶ୍ୱର ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ନିର୍ଦେଶକ ଡ଼ି. ଶ୍ୟାମ, ଡ଼ି. ରାମ ଉପସ୍ଥିତ ଥିବାବେଳେ ଅତିଥିଭାବେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ନିହାର ରଞ୍ଜନ ଦାଶ,ଡ଼ା. ନୃପରାଜ ସାହୁ, ଶ୍ରୀକାନ୍ତ ଦଳେଇ,ଡ଼ା. ହଳଧର ସାହୁ, ଡ଼ା. ସତ୍ୟ ସିଦ୍ଧାର୍ଥ ପଣ୍ଡା, ଡ଼ା. ଏଲ.ପି ପଣ୍ଡା, ଡ଼ା. ସମରେନ୍ଦ୍ର ନାଥ, ଡ଼ା. କ୍ଷୀରୋଦ ପ୍ରଧାନ, ଯୁବରାଜ ନାୟକ, ଦେବେନ୍ଦ୍ର ବିଶି ପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରାଇ ଥିଲେ ।

ସଫଳ ଉଦ୍ୟୋଗୀ ବିଭୁପ୍ରସାଦ ସାହୁ, ସୁଜିତ ମେହେର, ଦୀପକ ରଞ୍ଜନ ସାହୁ ପ୍ରମୁଖ ଉଦ୍ୟୋଗୀକ ଅଭିଜ୍ଞତା ବିଦ୍ୟାର୍ଥୀ ମାନଙ୍କ ସହ ଅଦାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସେମାନଙ୍କ ବିଜନେସ ପ୍ଲାନ ଉପସ୍ଥାପନ କରିଥିଲେ । ଡ଼ା. ଆଦିତ୍ୟ କୁମାର ପଟ୍ଟନାୟକ, ଡ଼ା. ସୁଦୀପ୍ତ କୁମାର ଜେନା, ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର ଅଧ୍ୟାପିକା ଜ୍ୟୋତି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଭାକୁ ସୁପରିଚାଳନା ଓ ସଫଳ ରୂପାୟନ କରିଥିଲେ ।ପଶ୍ଚିମ ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।

Related Post

ସ୍ୱଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜର ରିଫ୍ରେସର ଏବଂ ଟେଷ୍ଟ ରନ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:( ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ଅଧିନସ୍ଥ ଅର୍ଥ ବିଭାଗରେ ଥିବା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ନୂତନ ପ୍ରୋତ୍ସାହନ ଯୋଜନା ‘ଏ ଏସ ‘ସିରିଜ ର…

କେସିଙ୍ଗା ରେଳ ଷ୍ଟେସନ ରୁ ଶିଶୁ ଶ୍ରମିକ ଉଦ୍ଧାର: ଦଲାଲ୍ ଗିରଫ

Posted by - January 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ରୁ କିଛି ଦଲାଲ୍ ଶିଶୁ ଶ୍ରମିକ ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ…

ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ , ପୂର୍ବାହ୍ନରେ ଅମ୍ବିକା ମଣ୍ଡପ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ…

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…