କୁସଙ୍ଗ ବନ୍ୟପ୍ରାଣୀ ଫରେଷ୍ଟ ଗାର୍ଡ ଙ୍କ ଟାଙ୍ଗିଆ ଚୋଟ ରେ ସ୍କୁୱାର୍ଡ କର୍ମଚାରୀ ଗୁରୁତର

145 0

ଅଭିଯୁକ୍ତ ଗାର୍ଡ କୁ କାବୁ କରି ପୋଲିସ ରେ ଜିମା ଦେଲେ ଲୋକେ

ହରଭଙ୍ଗା: :୩୧/୦୧(ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ବନ୍ୟପ୍ରାଣୀ କାର୍ଯ୍ୟାଳୟ ର କାର୍ଯ୍ୟରତ ଫରେଷ୍ଟ ଗାର୍ଡ କିଶୋର ମଲ୍ଲିକ ଙ୍କ ଟାଙ୍ଗିଆ ଚୋଟ ରେ ଜଣେ ସ୍କୁୱାର୍ଡ କର୍ମଚାରୀ ଗୁରୁତର ହୋଇ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଜଣାପଡିଛି l ପରେ ସ୍ଥାନୀୟ ଲୋକ ଓ ଉପସ୍ଥିତ ଥିବା ଅନ୍ୟ ସ୍କୁୱାର୍ଡ କର୍ମଚାରୀ ମାନେ ଉକ୍ତ ଫରେଷ୍ଟ ଗାର୍ଡ କୁ କାବୁ କରି ହରଭଙ୍ଗା ପୋଲିସକୁ ଜିମା ଦେଇଥିବା ବେଳେ ଘଟଣା କୁ ନେଇ ଅଂଚଳ ରେ ଏକ ଆଲୋଚନା ର ବିଷୟ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ଓ କୁସଙ୍ଗ ବନ୍ୟପ୍ରାଣୀ ର 46ଜଣ ସ୍କୁଆଡ଼ କର୍ମଚାରୀମାନେ ଉକ୍ତ ଜଙ୍ଗଲ ସୁରକ୍ଷା ନେଇ ସର୍ବଦା କାର୍ଯ୍ୟ କରିଆସୁଥିଲେ l କିନ୍ତୁ ଉକ୍ତ କର୍ମଚାରୀ ମାନଙ୍କୁ ଗତ ବର୍ଷ ଜୁନ ମାସର ପାରିଶ୍ରମିକ ମିଳି ପାରିନଥିବା ବେଳେ 8 ମାସ ହେଲା ନିଜର ଦରମା ପାଇଁ ସ୍ଥାନୀୟ ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ (ଡି ଏଫ ଓ ) ଙ୍କ ଠୁ ଆରମ୍ଭ କରି ରେଞ୍ଜେର, ଜିଲ୍ଲାପାଳ ଏବଂ ବିଭାଗୀୟ ଜଙ୍ଗଲ ପରିବେଶ ମନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ୍ୟ ସ୍କୁଆଡ଼ କର୍ମଚାରି ଙ୍କୁ କୌଣସି ସୁଫଳ ମିଳିନଥିଲା l

ପରବର୍ତ୍ତୀ ସମୟ ରେ ଗତ ଜାନୁୟାରୀ 12ତାରିଖ ରେ ପୁନର୍ବାର ଦରମା ପାଇଁ ଅଭିଯୋଗ କରିଥିଲେ ମଧ୍ୟ୍ୟ କେହି ଶୁଣିନଥିବାରୁ ମଙ୍ଗଳବାର ଦିନ ସମସ୍ତ ମହାନଦୀ ବନ୍ୟପ୍ରାଣୀ ର ସ୍କୁୱାର୍ଡ କର୍ମଚାରୀ ମାନେ କୁସଙ୍ଗ ବନ୍ୟ ପ୍ରାଣୀ କାର୍ଯ୍ୟାଳୟ ସମ୍ମୁଖରେ ନିଜର ହକ ପାଇଁ କର୍ମଚାରୀ ସଙ୍ଘ ର ସଭାପତି ସଞ୍ଜୟ ବାଇଙ୍କ ନେତୃତ୍ୱ ରେ ଶାନ୍ତିପୁର୍ଣ ଧାରଣା ଦେଇଥିଲେ l ପରେ ଉକ୍ତ ରେଞ୍ଜ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ଧାରଣା ସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ବୁଝାଇବାସହ ବକେୟା ଥିବା ଜୁନ ମାସର ଦରମା ହୋଇଯାଇଛି ଆନ୍ଦୋଳନ ରୁ ଓହରି ଯିବାକୁ କହିଥିଲେ l ଆନ୍ଦୋଳନ ହଟିବା ପରେ କେତେଜଣ ସ୍କୁୱାର୍ଡ କର୍ମଚାରୀ ସ୍ଥାନୀୟ ବନ୍ୟପ୍ରାଣୀ ଫରେଷ୍ଟର ବ୍ରଜରାଜ ବିଶ୍ୱାଳ ଙ୍କ ସହ ଅନ୍ୟ ସମସ୍ୟା ବାବଦ ରେ ଆଲୋଚନା କରୁଥିବା ସମୟରେ ଫରେଷ୍ଟ ଗାର୍ଡ କିଶୋର ମଲ୍ଲିକ ଏକ ଟାଙ୍ଗିଆ ରେ ପଛପଟୁ ସ୍କୁଆଡ଼ କର୍ମଚାରୀ ସଭାପତି ସଞ୍ଜୟ ବାଇଙ୍କୁ ଆକ୍ରମଣ କରିଥିଲେ l ଏଥିରେ କର୍ମଚାରୀ ଜଣଙ୍କ ଗୁରୁତର ଆହତ ହୋଇଥିବା ବେଳେ ତୁରନ୍ତ ତାଙ୍କୁ ହରଭଙ୍ଗା ମେଡିକାଲ ରେ ଚିକିତ୍ସା ପାଇଁ ନିଆଯାଇଥିଲା l

ଘଟଣା ସ୍ଥଳ ରେ ଉପସ୍ଥିତ ଥିବା ଅନ୍ୟ ସ୍କୁଆଡ଼ କର୍ମଚାରୀମାନେ ଫରେଷ୍ଟ ଗାର୍ଡ ଙ୍କୁ କାବୁ କରି ପୋଲିସ ରେ ଜିମା ଦେଇଥିଲେ l ହରଭଙ୍ଗା ପୋଲିସ ଘଟଣା କୁ ନେଇ ଅଭିଯୁକ୍ତ କୁ ଅଟକ ରଖି ଏକ ମାମଲା ୠଜୁକରି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି lଅନ୍ୟପଟେ ସ୍କୁୱାର୍ଡ କର୍ମଚାରୀ ଙ୍କ ଦରମା 8ମାସ ବିତି ଯାଇଥିଲେ ମଧ୍ୟ୍ୟ ଦିଆଯାଇ ନଥିଲା, ଏବଂ ଧାରଣା ସ୍ଥଳ ରେ ବସିଥିବା ସମୟରେ 8ମାସ ର ବିଳମ୍ବ 8ମିନିଟ ରେ 46ଜଣ କର୍ମଚାରୀ ଙ୍କ ପ୍ରାୟ 23ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ କିପରି ଭାବରେ ହଟାତ ବ୍ୟାଙ୍କ ଖାତା କୁ ଛାଡି ଦିଆଗଲା l ବନ୍ୟପ୍ରାଣୀ ବିଭାଗର ଏପରି ସ୍ୱଛତା କାର୍ଯ୍ୟ ପ୍ରତି ସାଧାରଣ ରେ ଏକ ପ୍ରଶ୍ନ ଉଠୁଥିବା ବେଳେ ଏ ପ୍ରଶ୍ନ ର ଉତ୍ତର ପାଇଁ ନୟାଗଡ଼ବନ୍ୟ ପ୍ରାଣୀ ଡିଏଫଓ ଓ କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜର ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେମଧ୍ୟ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା ଅବାବଦରେ ହରଭଙ୍ଗା ଥାନା ଆଇ ଆଇ ସି ପୁଷ୍ପଲତା ରାଉତରାୟ ଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲୁରହିଛି ବୋଲି ସୂଚନା ଦେଇଥିଲେ!

Related Post

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଘର ମରାମତି ସହାୟତା ପ୍ରଦାନ କଲେ ଓଡ଼ିଶା ସରକାର

Posted by - January 8, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଭାବେ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ତିନି ହଜାର ଟଙ୍କା…

ଚାଷୀ ମୁଣ୍ଡ ରେ ଚଡ଼କ ଦେଲା , ଅଦିନିଆ ଲଘୁଚାପ ବର୍ଷା

Posted by - November 23, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଖପ୍ରାଖୋଲ ବ୍ଲକ ଅଞ୍ଚଳ ରେ ଆଦିନିଆ ଲଘୁଚାପ ବର୍ଷା ସୋମବାର ଦିନ ହେବରୁ ଚାଷି ମୁଣ୍ଡରେ ଚଡ଼କ ପଡ଼ିବ ସଦୃଶ୍ୟ ହୋଇଛି…

ଟିଟିଲାଗଡ ରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

Posted by - November 13, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସାରାରାଜ୍ୟରେ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ନିଆଁ ଜଳୁଥିବା ବେଳେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ…

ସରଧାପାଲି ଗ୍ରାମରେ ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର ଲାଗିଛି ପ୍ରବଳ ଭିଡ

Posted by - May 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ଗ୍ରାମରେ ବ୍ଲକ ତରଫରୁ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ…

ଅରାବଳ ପଂଚାୟତ ର ୩ଟି ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ

Posted by - February 20, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତ ର 15,16 ଓ 17 ନମ୍ବର ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତ ର ସରପଞ୍ଚ…