Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଘଣ୍ଟାପଡା କଲେଜରେ ରକ୍ତଦାନ ଶିବିର, ୪୬ ୟୁନିଟ ରକ୍ତ ସଂଗ୍ରହ

87 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଡିଗ୍ରୀ କଲେଜ ଠାରେ ମାନବ ସେବା ସଦନ ସଂଗଠନ ରୁଗୁଡ଼ିପାଲି ଏବଂ ଆଞ୍ଚଳିକ ଗ୍ରାମ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ଘଣ୍ଟାପଡାର ସମ୍ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଜ୍ୟୋତି ପ୍ରକାଶ ବିଶ୍ୱାଳ, ବିଶେଷଜ୍ଞ ଲୁଲୁ ବିଶ୍ୱାଳ, ଟେକନିସିଆନ ସୂର୍ଯ୍ୟ ବେହେରା, ଗଣେଶ ପ୍ରଧାନ ଏବଂ ଆଟେଣ୍ଡେସ ପ୍ରହଲ୍ଲାଦ ଭୋଇ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ସମୁଦାୟ ୪୬ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ୪ଜଣ କଲେଜ ଛାତ୍ରୀ ସଂଗୀତା ରଣା, ସନ୍ତୋଷିନୀ ସିଂ କହଁର, ଭାନୁସୂତା ମହାକୁଡ଼ ଓ ସୁଶିଲା ସେଠ ପ୍ରଥମଥର ପାଇଁ ରକ୍ତଦାନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ରଣା ଯୋଗଦେଇ ଶିବିରକୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଶ୍ରୀ ରଣା ମୁଖ୍ୟ ଅତିଥି, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀକାନ୍ତ ମିଶ୍ର, ରକ୍ତଦାତା ପ୍ରବର୍ତ୍ତକ ଯଦୁବିହାରୀ ବାଘ, ସାମ୍ବାଦିକ ପ୍ରଭାତ ସାହୁ, ସମାଜସେବୀ ସୁଶାନ୍ତ ମାଝୀ, ଅଜିତ ସାହୁ, ଶରତ ରଣା, ଶିକ୍ଷାବିତ ଦେବରାଜ ସାହୁ, ସଞ୍ଜୀବ ବେହେରା, ଗ୍ରାମରୋଜଗାର ସେବକ ପ୍ରତାପ ରଣା, କୁଳୁତାଜୋର ସରପଞ୍ଚ ପ୍ରତିନିଧି ଦୟାବନ୍ତ ଧରୁଆ ଯୋଗଦେଇ ରକ୍ତଦାନ ଏକ ମହତ କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ସଭାପତିତ୍ବ କରିଥିଲେ । ମାନବ ସେବା ସଦନ ସଂଗଠନର ସମ୍ପାଦକ ବଂଶୀଧର ମାଝୀ ଅତିଥି ପରିଚୟ ଓ ସଦସ୍ୟ ସୁଶାନ୍ତ ବାରିକ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଗଠନର ସଭାପତି ବଳରାମ ବାଘ, ସଦସ୍ୟ ଜିତେନ୍ଦ୍ର ଭୋଇ, ଗଜାନନ ପ୍ରଧାନ, ଡୋଲାମଣୀ କପାଟ, ନବୀନ ଠେଲା, ସୁଶାନ୍ତ ଭୋଇ, ଆଜାଦ କଲତା, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ

Related Post

ବେ ରୋଜଗ।ର ଆତ୍ମହତ୍ୟା ଦିନକୁ ଦିନ ବଡିବାରେ ଲାଗିଛି

Posted by - October 23, 2019 95
ବାରିପଦା:ଝୁଲନ୍ତା ଅବସ୍ଥାରେ ମୃତ ଶରୀର ଉଦ୍ଧାର। ଏଭଳି ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା, ବାରିପଦା ସହର ୱାର୍ଡ ନମ୍ବର ୧୪ ହରିଜନ ସାହିରେ ବାସ…

ଭାଲୁମୁଣ୍ଡା ସମବାୟ ସମିତିରେ ଧାନ କ୍ରୟ କେନ୍ଦ୍ର ଉଦଘାଟନ

Posted by - December 7, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ଭାଲୁମୁଣ୍ଡା କୃଷି ସମବାୟୁ ସମିତ ର ଆଜି କୋଲଣିପଡା ଠାରେ ଧାନବି କ୍ରୟ କେନ୍ଦ୍ରର ଶୁଭ ଉଦ୍ଧଘାଟନ ହୋଇଛି ।ଉକ୍ତ ଧାନ ମଣ୍ଡି କୁର…

ଗରୀବ ଖଟିଖିଆଙ୍କୁ ସହାୟତାର ହାତବଢାଇଲେ ଦ ଗ୍ରୀନ ଯବାନ ଯୁବକ ଯୁବସମାଜସେବୀ

Posted by - April 19, 2020 0
ଯୋଡା:(ସିତାରାମ ଦିକ୍ଷୀତ)ଗରୀବଖଟିଖିଆଙ୍କୁ ସହାୟତାର ହାତବଢାଇଲେ ଦ ଗ୍ରୀନ ଯବାନ ଯୁବକ ଯୁବସମାଜସେବୀ ମାନେ ମାସ,ସାବୁନ, କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କଲେ।ଆଦିବାସୀ ଅଧ୍ୟୁଷିତ ଏରିଆ ରେ…

ଛାୟାଳିଆ ବାସନ୍ତୀ ପୂଜା ମଣ୍ଡପରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - April 12, 2022 0
ବାଲେଶ୍ଵର:କଥାରେ ଅଛି ରକ୍ତଦାନ ମହାପୁଣ୍ୟ l ଆଜିର ବିଜ୍ଞାନ ଯୁଗରେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣୁଥିବା ବେଳେ ବାସ୍ତବରେ ରକ୍ତ ମଣିଷ ଦେହରେ ପ୍ରାକୃତିକ ଉପାୟରେ ସୃଷ୍ଟି…