ନବରଙ୍ଗପୁର:୩୧/୦୧(ବେଣୁ ଗୋପାଳ ରାଓ )ନବରଙ୍ଗପୁର ରାଜା ଚୈତନ୍ୟ ଦେବ ହାଇ ସ୍କୁଲ ର ୧୯୮୭ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହେଇଥିଲା ! ୧୯୮୭ ବ୍ୟାଚ ର ପ୍ରାୟ ୧୫0 ଜଣ ଛାତ୍ର ଏକାଠି ହେଇ ପ୍ରଥମେ ଦିନ ସୃତିକୁ ମନେପଖେଇବା ପାଇଁ ନବରଙ୍ଗପୁର ହାଇସ୍କୁଲ କୁ ଯାଇ ସ୍କୁଲ ପ୍ରରିଦର୍ଶନ କରିଥିଲେ ! ପରେ ମାଁ ଭଣ୍ଡାର ଘରଣୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ !ପରେ ଏକ ବାଇକ ରେଲି କରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମରା ମାଁ ଡଙ୍ଗରି ଦେବି ମନ୍ଦିର ପହଂଚିଥିଲେ !
କାମରା ମନ୍ଦିର ନିକଟରେ 1987ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ! ପ୍ରଥମେ ଯେଉଁ ଶିକ୍ଷକ ଏବଂ ସାଙ୍ଗ ମାନେ ଦୁନିଆ ଛାଡି ଚାଲିଯାଇଛନ୍ତି ସେମାନଙ୍କ ଉଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ! ପରେ ହାଇସ୍କୁଲ ଶିକ୍ଷକ ଶ୍ରୀ ଜଗଦୀଶ ତ୍ରିପାଠୀ, ଶ୍ରୀ ଭାସ୍କର ରାଓ, ନିରଞ୍ଜନ ମିଶ୍ର, ଏବଂ ଚିତ୍ର ଶିକ୍ଷକ ଙ୍କୁ ପୁଷ୍ପଗୁଚ, ଉପ ଡଙ୍କନ ଦେଇ ସମ୍ମାନିତ କରାଯାଇଥିଲା ଏବଂ ଯେଉଁ ଶିକ୍ଷକ ଦେହ ଅସୁସ୍ଥତା ସେମାନଙ୍କୁ ଦେଖାକରିବା ସହ ଆଶୀର୍ବାଦ ନେଇଥିଲେ !
ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଜାପାନ, ଇଉଏସ ସେ, ମୁମ୍ବାଇ, କଲିକତା, ବିଭିନ୍ନ ଦେଶ ବିଦେଶ ରୁ ଆସି ଥିଲେ ସମସ୍ତେ ଏକାଠି ହେଇ ବେଶୀ ଖୁସି ପ୍ରକଟ କରୁଥିବାର ଦେଖିବାକୁ ମିଳିଥିଲା ! ସମସ୍ତେ ଏକାଠି ହେଇ ଶପଥ ନେଇଥିଲେ ୧୯୮୭ ବ୍ୟାଚ ତରଫରୁ ସମାଜସେବା କରିବା ସହ ସାଙ୍ଗ ସାଥୀର ସୁଖ ଦୁଃଖ ସମୟ ରେ ସମସ୍ତେ ଏକାଠି ହେବା ବୋଲି ନିଷ୍ପତି ନେଇଥିଲେ ! ପରେ ସଂକୃତିକକାର୍ଯ୍ୟକ୍ରମ ଅନୁଷ୍ଠିତ !