ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଉଦ୍ୟମରେ ହେବାକୁ ଥିବା ପୁସ୍ତକ ମେଳା ୨୦୧୯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭାରପ୍ରାପ୍ତ ଜିଲାପାଳ ମିହିର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ,ସମଗ୍ର ଶିକ୍ଷା ଜିଲା ସଂଯୋଜକ ବିଷ୍ଣୁ ଚରଣ ସୁତାର, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ପୁସ୍ତକ ମେଳା ଆସନ୍ତା ଡିସେମ୍ବର ମାସ ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିରିକୃତ୍ତ ହେଇଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲାର ବିଭିନ୍ନ କଲେଜର ଅଧ୍ୟକ୍ଷ ଏହି ବୈଠକରେ ଉପସ୍ଥିତ ରହି ପୁସ୍ତକ ମେଳାର ସମସ୍ତ ପ୍ରକାରର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପୁସ୍ତକ ମେଳାକୁ କିପରି ଅଧିକରୁ ଅଧିକ ମାତ୍ରାରେ ପାଠକମାନଙ୍କ ନିକଟରେ ଆଦୃତ ହୋଇପାରିବ ସେଥିପ୍ରତି ଜିଲ୍ଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରୟାସ କରାଯିବାକୁ ସ୍ଥିର କରାଯାଇଥିଲା ।
Die Casinos Regel geben Ihnen die Tisch stehen, Requisiten Spiele und 3-4 Croupiers
Das sind überwacht von eine Manager.