ଯାଜପୁର ସଂସ୍କୃତି ଭବନ ପରିସରରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ଅଭିମନ୍ୟୁ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସାମନ୍ତ ସିଂହାରଙ୍କ କାଳଜୟୀ ରଚନା ସଂପର୍କରେ ବିଶେଷ ଭାବରେ ଆଲୋକପାତ କରିଥିଲେ ।
କୈଳାସ ନାୟକ,ସଂପାଦକ ,ଅଭିମନ୍ୟୁ ସାଂସ୍କୃତିକ ପରିଷଦ
ଡଃ ରାଜ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଯାଜପୁର ଉପଜିଲାପାଳ ଗୋପିନାଥ କୁଅଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପାଦକ କୈଳାସ ନାୟକ ସାମନ୍ତ ସିଂହାରଙ୍କ ସାହିତ୍ୟକୃତି ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହିତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହା ପରେ ନାଟକ ଉର୍ବସୀ ମଂଚସ୍ଥ କରାଯାଇଥିଲା