ହରଭଙ୍ଗା ଲୋକ ମହାତ୍ସବ ର ଚତୁର୍ଥ ସନ୍ଧ୍ୟା,ବିଶିଷ୍ଟ ସଂଗୀତକାର ଙ୍କୁ ସମ୍ମାନିତ

99 0

ହରଭଙ୍ଗା :୨୯/୦୧(ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହାତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି!ହରଭଙ୍ଗା ଅଂଚଳରେ ମା ରୁଦ୍ର କାଳୀଙ୍କୁ ପୂଜାର୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା!ଚତୁର୍ଥ ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ସରପଞ୍ଚ ସଭାପତି ତଥା କରଞ୍ଜ କଟା ସରପଞ୍ଚ ନିହାର ଘୋଷ ଉପସ୍ଥିତ ଥିବାବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ର ସମସ୍ତ ସରପଞ୍ଚ ଉପସ୍ଥିତ ରହିଥିଲେ

ଏହି ମଞ୍ଚ କାର୍ଯ୍ୟକ୍ରମ କୁ ସଂଜୀବ କୁମାର ସାହୁ ପରିଚାଳନା କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ବିଜୟା ନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !ମହୋତ୍ସବର ଚତୁର୍ଥ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଲେଜ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ, ନାଚ ଗୀତ ସହିତ ସୁନାମ ଧନ୍ୟକଣ୍ଠଶିଳ୍ପୀ ଶତ୍ରୁଘନ ଲୁହାର ଓ ଜଳନ୍ଧର ବେହେରା ଙ୍କୁ ସମ୍ମାନିତ କରାଯାଇଥିଲା!ଏବଂ ଏହି ଦୁଇ ସଂଗୀତ କାରଙ୍କ ସଂଗୀତ ଏବଂ କଳା ଓ କଳାକାର -ସମ୍ବଲପୁର, ଉକିଆଁ -କଣ୍ଟlମାଳ ଙ୍କ ସମ୍ବଲପୁରୀ ନାଚ ଗୀତ ରେ ଜନସାଧାରଣ ମୋହିତ ହୋଇଥିଲେ !ହରଭଙ୍ଗା ର ଐତିହ୍ୟ ଓ ପରମ୍ପରା କୁ ଫେରାଇ ଆଣିବାପାଇଁ ଆୟୋଜିତ ହୋଇଥିବା ଏହି ମହୋତ୍ସବ କୁ ଅତିଥି ଗଣ ମହୋତ୍ସବ କମିଟିକୁ ଦାନ୍ୟବାଦ ଜଣାଇଥିଲେ!

Related Post

ଶ୍ରୀଜିଉଙ୍କୁ ଦର୍ଶନ କଲେ ଅଭିନେତ୍ରୀ ମନୀଷା କୋଇରାଲା

Posted by - December 5, 2018 3
ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା। ଅାଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ମଙ୍ଗଳ ଅାଳତୀ ଦର୍ଶନ କରିଛନ୍ତି ମନୀଷା। ମନିଷାଙ୍କ ସହ…

ଦିଲ୍ଲୀ ଗସ୍ତରୁ ଫେରିଲେ କଳାହାଣ୍ଡିର ବଜlସlଲ ଦଳ

Posted by - January 31, 2021 0
କଳାହାଣ୍ଡି:ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ କଳାହାଣ୍ଡିର ବଜାସlଲ ଦଳ ବାଜା କମାଲ ରେ ଦୁଲକାଇ ଦେଇଥିଲl ସେ ଦିନ ସାରା ବିଶ୍ୱ ଦେଖିଥିଲା କଳାହାଣ୍ଡିର…

ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ

Posted by - October 18, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଅରେଇ ଠାରେ ପୁଣ୍ୟ ଉତ୍କଳ ପକ୍ଷରୁ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି…