Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

51 0

ଭବାନୀପାଟଣା:୩୦/୧( ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାର୍ଷିକ କ୍ରୀଡା ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହେଉଛନ୍ତି, ତେଣୁ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା ହିଁ ଏକମାତ୍ର ଲକ୍ଷ ବୋଲି ଆଜି ବାର୍ଷିକ କ୍ରୀଡାର ଉଦଯାପନି ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକକ୍ରୀଡା ମହୋତ୍ସଵ ଉଦଯାପିତ ହୋଇଥିଲା।

ଉଦଯାପିତ ଉତ୍ସବରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ମୁଖ୍ୟବକ୍ତା ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ଵିଶ୍ଵାଳ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୁମନ୍ତ ମାଝୀ, କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରଂଜନ ପଣ୍ଡା,ଜୁନାଗଡ (ଏସ୍.ଏସ୍.ଡି)ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଵୀଣାପାଣି ସାମନ୍ତ, ଜୟନ୍ତପୁର ଵାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅସୀମା ଦୋରା ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

୨୦୨୨-୨୩ ର କ୍ରୀଡକ୍ଷେତ୍ର ରେ ଉତ୍କର୍ଷତା ଲାଭ ପାଇଁ “ବେଷ୍ଟ ପରଫର୍ ମିଙ୍ଗ୍ ସ୍କୁଲ୍ ଫର୍ ସ୍ପୋର୍ଟ୍ସ୍” ଭାବେ ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ଚମ୍ପିୟାନ୍ ହୋଇଥିଲା । କ୍ରୀଡା ମହୋତ୍ସଵ ରେ କ୍ରୀଡା ଶିକ୍ଷକ ବିଜୟ ନାଏକ, ସୀତାକାନ୍ତ ପ୍ରଧାନ, କୃଷ୍ନ ଚନ୍ଦ୍ର ନାୟକ, କାମସେନ୍ ଭୋଇ, ଅମୁଲ୍ୟ ନାଏକ ପ୍ରଭୃତି ସକ୍ରିୟ ସହଯୋଗ କରିଥିଲେ । ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳଯ ର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ ମଂଚ ପରିଚାଳନା କରିଥିଲେ। କୁରୁଗୁଡା ସ୍କୁଲ ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ଧନ୍ୟଵାଦ ଅର୍ପଣ କରିଥିଲେ।

Related Post

ଯାଜପୁର ରେ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍ .ମାହାଙ୍ଗାକୁ ପରାସ୍ତ କରି ମୁଗୁପାଳ ଟିମ୍ ଚାମ୍ପିଅନ୍

Posted by - December 2, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଚ୍ୟୁତବସନ୍ତ ପଂଚାୟତ ଗଡଜିତରେ ଅନୁଷ୍ଠିତ ହୋଇଯାଇଛି ଚତୁର୍ଥ ବାର୍ଷିକ ଏକଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ୍ । ସ୍ଥାନୀୟ…

ଘାସିରାମ ମେମୋରିଆଲ ଫୁଟବଲ ସେମିରେ ମାଟିଗାଁ ଦଳ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି…

ଭଲିବଲ୍ ଟୁର୍ଣ୍ଣାମେଣ୍ଟ ରେ କିଟ୍ ଚମ୍ପିଆନ୍

Posted by - December 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିରିପଟା ଠାରେ ମନ୍ମଥ ଚନ୍ଦ୍ର ଧଳ ସ୍ମାରକୀ ଆନ୍ତଃ କ୍ଲବ ଦିବା ରାତ୍ର ଭଲିବଲ୍ ଟୁନାମେଣ୍ଟ ଅନୁଷ୍ଠିତ ହୋଈଯାଈଛି | ସରକାରୀ…

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରେ ତୃତୀୟ ହାଟପଦା ପ୍ରିମିଅର ଲିଗ ଆରମ୍ଭ

Posted by - January 3, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ା ରୋୟଲ କ୍ରିକେଟ ଟିମ ତରଫରୁ ଆୟୋଜିତ ତୃତୀୟ ହାଟପଦା ପ୍ରମିଅର ଲିଗ ଟୁର୍ଣ୍ଣ।ମେଣ୍ଟ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ…

ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ମେଡାଲ ଜିତିଲେ ଦେବାଶିଷ

Posted by - August 22, 2022 0
ଯାଜପୁର:୨୨/୦୮ : ତାମିଲନାଡୁ ରାଜ୍ୟରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ଚମ୍ପିୟାନ ସିପ -୨୦୨୨ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ୱାରା ସ୍ଵିକୃତିପ୍ରାପ୍ତ…