ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଛି ମିନି ମାରାଥନ । ଏଜୁକେସନ ପଂର ଅଲର ବାର୍ତା ପ୍ରଚାର କରିବା ଉଦ୍ଧେଶ୍ୟରେ ଆଜି ସକାଳୁ ଏନ ସି କଲେଜ ନିକଟରୁ ଏହି ମିନି ମାରାଥନ ଆରମ୍ଭ ହୋଇଥିଲା । ଉପଜିଲାପାଳ ଗୋପିନାଥ କୁଅଁର ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲାର ବିଭିନ୍ନ କଲେଜରୁ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏନ ସି କଲେଜରୁ ବାହାରିଥିବା ଏହି ମିନି ମାରାଥନ କୁସୁମା ନିକଟରେ ଉଦଯାପିତ ହୋଇଥିଲା ।
ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋର୍ଡ ଅପଂ ରେଭିନ୍ୟୁର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ । ସାମନ୍ତଙ୍କ ପକ୍ଷରୁ ରାଜ୍ୟ ର ଆଦିବାସୀ ମାନଙ୍କ ଛାତ୍ର ଛାତ୍ରୀଙ୍କ ପାଇଁ ହେଉଥିବା ଉନ୍ନତିମୁଳକ ପଦକ୍ଷେପ ପାଇଁ ଦେଶ ବିଦେଶରୁ ପ୍ରଶଂସା ମିଳୁଛି ବୋଲି କହିଥିଲେ ।
ଭବ ପ୍ରସାଦ ଦାସ, ସଚିବ,ଅଶୋକ ଦାସ ପାଂଉଣ୍ଡେସନ
କଳିଙ୍ଗଟିଭି ପ୍ରତିନିଧି ଅବିନେଶ୍ୱର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ,ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ,ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ,କିଟ ପକ୍ଷରୁ ସମାବେଶ ନାୟକ,ଡଃ ସନ୍ଦୀପ ପଣ୍ଡା,ବିଧୁଭୁଷଣ ଆଚାର୍ଯ୍ୟ ,ଏନସି କଲେଜର ଅଧ୍ୟକ୍ଷ ବି ସି ଦାସ,ବିଜୟ ମଲ୍ଳିକ ପ୍ରମୁଖ ଯୋଗ ଦେଇ ଏଭଳି ମିନି ମାରାଥନ ଆୟୋଜନ ପଂଳରେ ଶିକ୍ଷାର ପ୍ରଚାର ପ୍ରସାର ହୋଇପାରିବ ଏଥିପାଇଁ କିଟ ଓ କିସ ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ମିନିମାରାଥନରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।