ମାରାଥନ ରେସ ପ୍ରତିଯୋଗିତା

160 0

ମୁନିଗୁଡା:(ରମାକାନ୍ତ ପୋଢାଳ )କିଟ୍ ର 25 ବର୍ଷ ପୂର୍ତୀ ଅବସରରେ ରାୟଗଡା ଜିଲ୍ଲାରେ ଏକ ମାରାଥନ ରେସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ 15 ଗୋଟି ହାଇସ୍କୁଲର 250 ରୁ ଉର୍ଧ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ ।ରାୟଗଡା ବିଧାୟକ ମକରନ୍ଦମୁଦୁଲି ,ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ସରସ୍ବତୀ ମାଝି ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଅତିଥିଭାବେ ଯୋଗଦେଇ ମାରାଥନ ରେଶର ଶୁଭାରମ୍ଭ କରିଥିଲେ ।ରାୟଗଡା ସହରର ଶିରିଗୁଡା ଠାରୁ ଏହି ମାରାଥନ ରେସ ଆରମ୍ଭ ହୋଇ ଜିଆଇଏ ସି.ଆର୍ କଲେଜ ନିକଟରେ ଶେଷ ହୋଇଥିଲା । ଶିକ୍ଷାକୁ ସାର୍ବଜନୀନ କରିବା ଏହି ମାରାଥନ ରେଶର ମୂଳ ଉଦ୍ଦେଶ୍ୟ ଥିଲା । ଗତ 25 ବର୍ଷ ଧରି କିସ ଓ କିଟ ଅନୁଷ୍ଠାନ ନିରବଛିନ୍ନ ଭାବେ ଶିକ୍ଷାକୁ ପ୍ରାଥମିକତା ଦେଇଆସୁଛନ୍ତି । ଏହାର ଫଳସ୍ବରୂପ ଏହି ଦୁଇ ଅନୁଷ୍ଟାନରେ ପ୍ରତିବର୍ଷ ହଜାର ବଜାର ସଂଖ୍ୟାରେ ଜନଜାତିର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାଲାଭ କରି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି । ଆମରାଜ୍ୟର ଓରାଜ୍ୟ ବାହାର ମାନବସମ୍ବଳର ବିକାଶ ଦିଗରେ କିସ ଓ କିଟ ଏକ ପ୍ରମୀଖ ଭୂମିକାଗ୍ରହଣ କରିଆସୁଛି ।ଏହି ଅବସରରେ ଜୁପିଟର ଇଣ୍ଟରନ୍ୟାସନାଲ ଶିକ୍ଷାନୁଷ୍ଠାନ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ସୁଶ୍ରୀ ସରସ୍ବତୀ ମାଝି ମୂଖ୍ୟ ଅତିଥି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସମ୍ମାନୀତ ଅତିଥି ,ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ସମ୍ମାନୀତ ଅତିଥି ,ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲର ନିର୍ଦେଶକ ଗୋବିନ୍ଦ ପ୍ରସାଦ ରଥ ସମ୍ମାନୀତ ଅତିଥି ଓ କଲିଙ୍ଗଟିଭି ବ୍ୟୁରୋହେଡ ଅମୂଲ୍ୟ ରତ୍ନ ସାହୁ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ । ସଭାପ୍ରାରମ୍ଭ ରେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରଯାଇଥିଲା । କଳିଙ୍ଗଟିଭି ର ପ୍ରତିନିଧି ଅମୂଲ୍ୟ ରତ୍ନ ସାହୁ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ,ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀମାଝି ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।ମାରାଥନ ରେଶରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ସ୍ବରୂପ କପ୍ ପ୍ରଦାନ କରାଯାଇଥିଲା । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜୁପିଟର ଇଣ୍ଟରନ୍ୟାସନାଲ କଲେଜର ପ୍ରିନସିପାଲ ସଭାର ସମସ୍ତ ଆୟୋଜନ କରିଥିବା ବେଳେ ଓ ରାୟଗଡା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା ମଞ୍ଚ ପରିଚାଳନା କରିଥିଲେ । ।

କିସ ଓ କିଟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ 25 ବର୍ଷ ଧରି ତ୍ୟାଗପୂତ ଜୀବନ ସମାଜ ପାଇଁ ନୂଆ ଦୀଗଦର୍ଶନ ଦେଇଥିବା ନେଇ ମୂଖ୍ୟ ଅତିଥି ସରସ୍ବତୀମାଝି ମତବ୍ୟକ୍ତ କରିଥୁଲେ ।ସେହିଭଳି ଜନଜାତିଙ୍କ ଶିକ୍ଷାର ବିକାଶନେଇ ଡଃଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୂଳନୀୟ ବୋଲି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଉପସ୍ତିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । କିସ ର ରାୟଗଡା ଜିଲ୍ଲା ସଂଯୋଜକ ରୋନୀତ ଶବର ମାରାଥନ ରେସ ପରିଚାଳନା କରିଥିଲେ ।ଅନ୍ୟମାନଙ୍କ ଭିତରେ ଜିତେନ୍ଦ୍ର କାରଜୀ , ବାବୁଲା ମେଲେକା , ଶ୍ରୀନିବାଶ ଶବର , ପ୍ରଦୀପ ଶବର ,ଶ୍ରୀନିବାସ ତାଡିଙ୍ଗି ,ଚିତ୍ରସେନ ଜାନି , ଜୁନାମ ଶବର ପ୍ରମୂଖ ଅଂଶଗ୍ରହଣ କରି ମାରାଥନରେସ କୁସଫଳସମ୍ପାଦନ କରିଥିଲେ

Related Post

ଜୟପାଟଣାରେ ପବ୍ଲିକ ପ୍ରେସର ଗ୍ରୁପ ଗଠିତ

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଏକ ପବ୍ଲିକ ପ୍ରେସର ଗ୍ରୁପ ଗଠିତ ହୋଇଯାଇଛି। ଯୁଧିଷ୍ଠିର ସୁନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସର୍ବସମ୍ମତି…

ଆଦିତ୍ୟ ଆଲୁମିନିୟମ ଲପଙ୍ଗାରେ ସ୍ୱଚ୍ଛତା ଆଭିଯାନ

Posted by - October 4, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଳବାହାଦୁର ଶାସ୍ତ୍ରୀଙ୍କ ପୁଣ୍ୟ ଜନ୍ମତିଥି ରେ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ତରଫରୁ ସ୍ଥାନୀୟ ଲପଙ୍ଗା ଉଚ୍ଚ…

ଅନୁପମାଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳ ଆର୍ଥିକ ସହାୟତା ପ୍ରଦାନ କଲେ

Posted by - June 17, 2020 225
ଯାଜପୁର ଅଫିସ :୧୭ା୬ ରସୁଲପୁର ବ୍ଳକ ଅନ୍ତର୍ଗତ ବ୍ରହ୍ମବରଦା ଗ୍ରାମର ୧୨ ବର୍ଷର ଝିଅ ଅନୁପମା ଓଝା ଯିଏକି, ପୋଲିଓ ଆକ୍ରାନ୍ତ ତାଙ୍କୁ ଜିଲ୍ଳ୍‌ାପାଳ ରଂଜନ କୁମାର…

ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ

Posted by - June 28, 2020 398
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା-ଅନୁଗୋଳ ରାସ୍ତାର କଙ୍କରେଇ ନିକଟରେ ଏକ ସ୍କୋର୍ପିଓ ଧକ୍କାରେ ଦୁଇ ଜଣ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଶିଶୁ ଗୁରୁତର ହୋଇଛି…

ଲୁହାସିଂହା ର ଜୁରିଆ ସେବା ସମବାୟ ସମିତି ରେ ଋଣ ଆଦାୟ ମେଳା

Posted by - December 21, 2022 0
ଖପ୍ରାଖୋଲ: ୨୦/୧୨(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହାସିଂହା ର ଜୁରିଆ ସେବା ସମବାୟ ସମିତି ରେ ଋଣ ଆଦାୟ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଟିତ…