Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ରାଷ୍ଟ୍ରପତିଙ୍କର “ଆଟ ହୋମ” ବନ୍ଧୁ ମିଳନରେ ଓଡ଼ିଆ ଅତିଥି

161 0

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର “ଆଟ ହୋମ”ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ଆସରରେ ବହୁ ମାନ୍ୟଗଣ୍ୟ ଓଡ଼ିଆ ଅତିଥି ଯୋଗ ଦେଇଥିଲେ। ସେଥି ମଧ୍ୟରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭାରତର କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଗିରିଶ ଚନ୍ଦ୍ର ମୂର୍ମୁ, ପ୍ରଧାନମନ୍ତ୍ରୀ ଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ରାଷ୍ଟ୍ରପତିଙ୍କ ପ୍ରେସ ଅତିରିକ୍ତ ସଚିବ ବିଜୟ ନାୟକ,ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, ବରିଷ୍ଠ ପ୍ରଶାସକ ସନ୍ଦୀପ ନାୟକ, ଏସ.ଏନ. ତ୍ରିପାଠୀ, ଶ୍ରୀମତୀ ସୁମିତ୍ରା ତ୍ରିପାଠୀ, ଓଡିଶୀ ନୃତ୍ୟାଙ୍ଗନା ଅଳ୍ପନା ନାୟକ, ରାଷ୍ଟ୍ରପତି ଭବନର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଜ୍ଞାନ ରଂଜନ ନନ୍ଦ, ଶ୍ରୀମତୀ ଜୟଶ୍ରୀ ନନ୍ଦ, ଗ୍ରୁପ କ୍ୟାପଟେନ ଦୀପକ କୁମାର ପୃଷ୍ଟି ଓ ଶ୍ରୀମତୀ ଜ୍ୟୋସ୍ଛନା ପୃଷ୍ଟି, ଅନ୍ତର୍ଭୁକ୍ତ ଥିଲେ।

 

ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୱାଲର୍ଡ଼ ଓଡ଼ିଶା ସୋସାଇଟି ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ , ମହିଳା ଶାଖା ର ଉପସଭାପତି ଓ ସାମ୍ବାଦିକ ରୀତା ପାତ୍ର, ଉଦୟ ଇଣ୍ଡିଆ ର ମୁଖ୍ୟ ସମ୍ପାଦକ ଦୀପକ ରଥ, ଓଟିଭିର ଦିଲ୍ଲୀ ବ୍ୟୁରୋ ମୁଖ୍ୟ ଶିବାନନ୍ଦ ରାଉତ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ନିଗମାନନ୍ଦ ପୃଷ୍ଟି, ଚ୍ଛାୟାକାନ୍ତ ନାୟକ, ବିଭୁଦତ୍ତ ପ୍ରଧାନ, ସବନମ ଆଦେନୀ, ଜୟ ପ୍ରକାଶ ପାଣ୍ଡେ, ରଶ୍ମି ରଂଜନ ପରିଡ଼ା,ଗଗନ ବିଶ୍ଵାଳ, ଲିପିକା ମହନ୍ତ,ସନ୍ତୋଷ ପ୍ରଧାନ ଓ ରମେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ।ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଗନ୍ତୁକ ମାନଙ୍କୁ ବ୍ୟକ୍ତିଗତ ଭାବେ ଶଙ୍ଖୁଳି ଥିଲେ। ସାମ୍ବାଦିକ ମାନଙ୍କର ଜୟ ଜଗନ୍ନାଥ ଧ୍ଵନିର ଉତ୍ତର ଦେଇ ସେ ବି ଜୟ ଜଗନ୍ନାଥ ଉଚ୍ଚାରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମ୍ବାଦିକମାନଙ୍କର ଜୟ ଜଗନ୍ନାଥ ଧ୍ଵନି ସହିତ ସ୍ୱାଗତ ସମ୍ଭାଷଣ କୁ ଆଦରରେ ଗ୍ରହଣ କରିଥିଲେ। ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଭବନର ପାକଶାଳରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ଯଥା ବାଜରା କଚୋଡି, ନିରାମିଷ ପଫ, ପରିବା ପକୁଡି, ଗୁଲାବ ଗୁଲଖଣ୍ଡ ଲଡ଼ୁ, ନିରାମିଶ ପେଷ୍ଟ୍ରି,ନିରାମିଷ ବିରିୟାନି ଅନର୍ଚିନି , ଚା ଓ କଫି ଆଦି ପରଶା ଯାଇଥିଲା।

Related Post

ଭିଡିଓ ପ୍ରସ୍ତୁତି ଯୋଗୁଁ ବିଳମ୍ବରେ ଅଭିନନ୍ଦନଙ୍କୁ ହସ୍ତାନ୍ତର କଲା ପାକିସ୍ତାନ,

Posted by - March 1, 2019 0
ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ…

ଅଧାରାସ୍ତାରେ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କଲେ ଡ୍ରାଇଭର, ଭିଡିଓ ଭାଇରାଲ

Posted by - July 18, 2019 2
ମୁମ୍ବାଇ: ଏକ ଟ୍ରେନ୍‌ର ଚାଳକ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା…

ପ୍ରିୟଙ୍କା ଓ ନିକ୍‌ଙ୍କ ରିସେପସନ୍‌ରେ ପ୍ରଧାନମନ୍ତ୍ରୀ

Posted by - December 6, 2018 0
ନୂଆଦିଲ୍ଲୀ : ଧୁମ୍‌ଧାମରେ ବିବାହ ପରେ ଗତକାଲି ନୂଅାଦିଲ୍ଲୀର ତାଜ୍ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସଙ୍କ ପ୍ରଥମ ରିସେପ୍‌ସନ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ…

ରାଜଧାନୀରେ ପୁଣି ଚାଞ୍ଚଲ୍ୟ : ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଶବକୁ କାଟି ଖଣ୍ଡ ଖଣ୍ଡକରି ନାଳରେ ଫିଙ୍ଗିଦେଲା ସ୍ବାମୀ

Posted by - September 25, 2019 0
ନୂଆଦିଲ୍ଲୀ୨୪|୯: ପଡୋଶୀ ଯୁବକଙ୍କ ସହ ପତ୍ନୀଙ୍କର ଅବୈଧ ସଂପର୍କ ଥିବା ସନ୍ଦେହରେ ତାଙ୍କ ତଣ୍ଟିଚିପି ସ୍ବାମୀ ହତ୍ୟା କରିଛି। ସ୍ତ୍ରୀଙ୍କୁ ହତ୍ୟା କରିବାର ସାତ ଦିନ ପରେ ହତ୍ୟାକାଣ୍ଡର…

ନିଖୋଜ ବିମାନ ଏଏନ-୩୨ରେ ଥିବା ୧୩ ଜଣ ସଦସ୍ୟଙ୍କୁ ମୃତ ଘୋଷଣା କଲା ବାୟୁସେନା

Posted by - June 13, 2019 2
ଜୋରହାଟ ୧୩/୬ : ବାୟୁସେନାର ସର୍ଚ୍ଚ ଟିମ ଆଜି ସକାଳେ AN-୩୨ ବିମାନ ଧ୍ବଂସ ସ୍ଥଳୀରେ ପହଞ୍ଚିଥିଲା । କେହି ମଧ୍ୟ ତାଙ୍କୁ ଜୀବିତ ମିଳିନଥିଲେ ।…