ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାଜରାସ୍ତାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଜାତୀୟ ପତାକା ଉତୋଳନ କରିିଥିଲେ । ଦେଶର ଅଖଣ୍ଡତା ରକ୍ଷା ପ୍ରତ୍ୟେକ ନାଗରିକର ପ୍ରଥମ କର୍ତବ୍ୟ ବୋଲି ଜିଲ୍ଲାପାଳ କହିବା ସହିତ ଜିଲାର ଐତିହ୍ୟ ଓ ପରମ୍ପରା ସଂପର୍କରେ ଅଭିଭାଷଣ ରଖିଥିଲେ ।
ଏହି ଅବସରରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡରେ ଜିଲ୍ଲାପାଳ ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ,ଏନସିସି,ସ୍କାଉଟ୍ସ ଗାଉଡ୍ସ ସମେତ ବିଭିନ୍ନ ସ୍କୁଲ ଓ କଲେଜର ୪୧ଟି ଟ୍ରୁପ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । କୃତୀ ପ୍ରତିଯୋଗୀଙ୍କୁ ଜିଲାପାଳ ଏବଂ ଏସପି ଭିନିତ ଅଗ୍ରୱାଲ ପୁରସ୍କୃତ କରିଥିଲେ । ଆଜିର ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଜିଲାପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା,ପୌରଅଧ୍ୟକ୍ଷ ରଞ୍ଜୁଲତା ହୋତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ।