୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା

40 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଟାଉନ ହଲ୍ ଠାରେ ୭୪ ତମ ଜନରାଜ୍ୟ ଦିବସ ପାଳନ ଅବସରରେ ଦେଶପ୍ରେମ କବିତା ପାଠ ଓ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ଜିଲ୍ଲା ପ୍ରଶାସନ ସହାୟତାରେ ସିଦ୍ଧାର୍ଥ ସାହିତ୍ୟ ସଂସଦ ଓ ନୀଳଚକ୍ର ସାହିତ୍ୟ ସଂସଦ ବୌଦ୍ଧଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତାକାନ୍ତୀ ବଳିଆରସିଂହ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ଏଥିରେ ସଭାପତିତ୍ବ କରିଥିଲେ ନୀଳଚକ୍ର ସାହିତ୍ୟ ସଂସଦ ,ବୌଦ୍ଧ ର ପ୍ରତିଷ୍ଠାତା ସଭାପତି ଡ଼. ଇଂ ସଞ୍ଜୟ କୁମାର ପଣ୍ଡା,ସମ୍ମାନିତ ଅତିଥି ଭାବେ କବୟିତ୍ରୀ ମଞ୍ଜୁ ପ୍ରଭା ପଟ୍ଟନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହିତ୍ୟ ସଂସଦ ,ବୌଦ୍ଧ ର ଉପସଭାପତି ସୋରଜ କୁମାର ସାହୁ ମଞ୍ଚାସୀନ ଥିଲେ l କବିତା ସଂଯୋଜନା କରିଥିଲେ ଯୁବକବି ନିବାସ ନାୟକ l କାର୍ଯ୍ୟକ୍ରମକୁ ସିଦ୍ଧାର୍ଥ ସାହିତ୍ୟ ସଂସଦ ,ବୌଦ୍ଧ ର ସମ୍ପାଦକ କୃତ୍ତିବାସ ପଲିଆ ପରିଚାଳନା କରିଥିଲେ l

କବିତା ପାଠରେ ସୁଜ୍ଞାନ ବାଘ, ଅରୁଣ କୁମାର ମେହେର, ରୋହିତ କୁମାର ଦୀପ, ଚିତ୍ତ ରଂଜନ ବେହେରା, କାର୍ତ୍ତିକେଶ୍ୱର୍ ନାୟକ, ମଞ୍ଜୁପ୍ରଭା ପଟ୍ଟନାୟକ, ରଶ୍ମିତା ବେହେରା, ନିବାସ ନାୟକ, ନାରାୟଣ ନାୟକ, ଭୁବନେଶ୍ୱର ମିଶ୍ର ,ପ୍ରଦୀପ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସନ୍ଧ୍ୟାରେ ବୌଦ୍ଧ ବଣିକ ସଂଘ ଆୟୋଜନରେ ଦେଶାତ୍ମବୋଧକ ନାଟକ ପରିବେଷଣ ହୋଇଥିଲା l

Related Post

ନୀଳଗିରି ସାମ୍ଭାଦିକ ବିରୁଦ୍ଧରେ ପୋଲିସ ଅମାନବୀୟ କାର୍ଯ୍ୟ.ପ୍ରତିବାଦ ବାରଙ୍ଗ କାର୍ଯ୍ୟରତ ସାମ୍ଭାଦିକ ବିଡିଓ ଦାବିପତ୍ର

Posted by - April 12, 2022 0
ବାରଙ୍ଗ:(ସନ୍ତୋଷ ରାଉତ )ନୀଳଗିରି କନକ ଟିଭି କାର୍ଯ୍ୟ ରତ ସାମ୍ଭାଦିକ ବିରୁଦ୍ଧରେ ପୋଲିସ ର ମାତର୍ଦ୍ଧିକ କାର୍ଯ୍ୟ ଅନୁଷ୍ଠାନ ବିରୁଦ୍ଧରେ ସାରା ଓଡିଶା ରେ ପୋଲିସ ର…

ସଞ୍ଜୟ କୁମାର ଦାସ ବର୍ମାଙ୍କ ଖାଦ୍ୟ ସାମଗ୍ରୀ ବଣ୍ଟନ

Posted by - April 27, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ସଦର ବ୍ଲକ କେରାଣ୍ଡି ପୁର ପଂଚାୟତ ସ୍ଥିତ ଦ୍ରୌପଦୀ ମହିଳା ସମିତି ଦ୍ୱାରା ପରିଚାଳିତ ଓଁ ସାଇ ବଳାଶ୍ରମର ଅନାଥ ପିଲାମାନଙ୍କୁ ରାଜ୍ୟ…

ଆଞ୍ଚଳିକ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀଙ୍କ କେସିଙ୍ଗା ନଗର ଗସ୍ତ

Posted by - April 24, 2022 0
କେସିଙ୍ଗା : (ପୀତେଶ ପଟେଲ) ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ସଞ୍ଜୀବ କୁମାର ମିଶ୍ର ( ଆଇ ଏ ଏସ) କଳାହାଣ୍ଡି ଗସ୍ତରେ ଆସି କେସିଙ୍ଗା ଅଞ୍ଚଳରେ…

‘ସକାଳ’ ଓ ନନ୍ଦିଘୋଷ ତରଫରୁ ରକ୍ତଦାନ ଶିବିର

Posted by - August 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଳଡ ବ୍ୟାଙ୍କଠାରେ ସକାଳ ଖବରକାଗଜ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ…