ପଡ଼ିଆବାହଲ ଉନ୍ନୀତ ବିଦ୍ୟାଳୟରେ ୭୪ ତମ ସ୍ବାଧିନତା ଦିବସ ଓ ସରସ୍ଵତୀ ପୂଜା ପାଳିତ

83 0

ଖପ୍ରାଖୋଳ :୨୬.୦୧ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ପଡିଆବାହାଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୭୪ ତମ ଗଣତନ୍ତ୍ର ଦିବସ ଓ ସରସ୍ୱତୀ ପୂଜା ପାଳିତ ହୋଇ ଯାଇଛି ।

ଏହି ଅବସର ରେ ପ୍ରଧାନ ଶିକ୍ଷକ ଜୟପାଳ ବେହେରା ଙ୍କ ଅଧ୍ଯକ୍ଷତାରେ ସଭା ଆୟୋଜିତ ହୋଇଥିଲା ସଭାରେ ମୁଖ୍ୟ ଅତିଥି ରୂପେ ପଡିଆବାହାଲ ସରପଂଚ ଶ୍ରୀ ଦେବରାଜ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗ୍ରାମର ଗଉନନ୍ତିଆ ଫକୀର ମୋହନ ପଧାନ, ସମ୍ମାନିତ ଅତିଥି ରୂପେ ପଡିଆବାହାଲ ସି.ଆର୍.ସି.ସି ଶ୍ରୀ ସନାତନ ବାରିକ, ସଭାପତି ଶ୍ରୀ ସଦାନନ୍ଦ ପଧାନ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ହୋଇଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବିଦ୍ଯାଳୟ ପରିଚାଲନା କମିଟି ର ସମସ୍ତ ସଦସ୍ଯ ସଦସ୍ଯା ଯୋଗ ଦେଇ ଥିଲେ । ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଂଗାରଂଗ କାର୍ଯ୍ୟକ୍ରମ ରେ ନାଚ, ଗୀତ ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।ଉପେନ୍ଦ୍ର ପଧାନ , ପ୍ରଦୀପ୍ କୁମ୍ଭାର , ଲେକ୍ରୁ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରି ଥିଲେ ।

Related Post

ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

Posted by - June 22, 2020 396
ଯାଜପୁର:ତା ୧୯ା୬ :(ଆନନ୍ଦ ଚନ୍ଦ୍ର ସାହୁ ) ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା ।…

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜ଼ିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଗୁରୁବାର ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ…

ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଜାପିତ

Posted by - June 30, 2022 0
ମୁନିଗୁଡା :(ରମାକାନ୍ତ ପଢାଳ)ଅମ୍ବାଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୪ ଦିନ ଧରି ଚାଲିଥିବା ସଙ୍କୁଳ ସ୍ତରୀୟ ଆଚାର୍ଯ୍ୟ କର୍ମଶାଳା ଆଜି ଉଦ୍ଜାପିତ ହୋଇଯାଇଛି। ଉଦଯାପନୀ…

ପୁଅର ଗଣ୍ଡଗୋଳ ଛଡାଇବାକୁ ଯାଇ ବାପାର ମୃତ୍ୟୁ

Posted by - October 3, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଭଞ୍ଜନଗର ଥାନା ଅନ୍ତର୍ଗତ ବଡ କୋଦଣ୍ଡା ଖଦାଳ ସାହିରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।ସୂଚନା ମୁତାବକ ଚାକୁଣ୍ଡା ପଲ୍ଲି…

ବାଇକ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Posted by - September 20, 2021 0
ବୌଦ୍ଧ:( ଚିତରଂଜନ ସିଂ) ଧଳପୁର- ପୁରୁଣାକଟକ ପୂର୍ତ୍ତରାସ୍ତାର ବ୍ରାହ୍ମଣ ଗାଁ ଛକ ନିକଟରେ ସୋମୋବାର ଅପରାହ୍ନ ସମୟ ରେ ଏକ ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ…