ଟିଟିଲାଗଡ଼ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

92 0

ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି, ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢ଼ୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗତ 2 ବର୍ଷ କରୋନା ମହାମାରୀ ଯୋଗୁଁ କେବଳ କରୋନା ଯୋଦ୍ଧାଙ୍କ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ଏବଂ ସ୍ଵାଧୀନତା ଦିବସ ପାଳନ କରାଯାଉଥିଲା କିନ୍ତୁ ଚଳିତ ବର୍ଷ ଏହି ଦିବସକୁ ପାଳନ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରଥମେ ଉପଜିଲ୍ଲାପାଳ ପତାକା ଉତ୍ତୋଳନ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ଅତିଥି ପଡିଆ ଭିତରକୁ ଯାଇ କେଡେଟ ମାନଙ୍କ ପ୍ଲାଟୁନ ପରିଦର୍ଶନ କରିବା ପରେ ସ୍କାଉଟ ଓ ଏନସିସି କେଡେଟ ଫ୍ଲାଗମାର୍ଚ୍ଚ କରିଥିଲେ। ଏହି ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ତାପରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେଥିରେ ଏସ ସିଡି ସେଣ୍ଟରର ନୃତ୍ୟ କରିଥିବା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସହରରେ ଭଲ ସମାଜସେବା କାର୍ଯ୍ୟ ପାଇଁ ମାରୱାଡ଼ି ଯୁବା ମଞ୍ଚ, ରକ୍ତଦାତା ସଂଘର ସଭାପତି ବନମାଳୀ ବେହେରା, କଳାକାର ଭିତରେ ବାପି ଡେଭିଡ, ନିରାକାର ସାହୁ ଏବଂ ଅନ୍ୟ କ୍ଷେତ୍ରରେ ନିଜ ଅଞ୍ଚଳର ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗ, ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରି ବିପିନ ଦୀପ, ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷ। ଶ୍ରୀମତି ମମତା ଜୈନ, ଉପାଦ୍ଧକ୍ଷ। ଶ୍ରୀମତି ପୁଷ୍ପା ମଞ୍ଜରି ଜାଲ, ବିଭିନ୍ନ ୱାର୍ଡର କାଉଁନ ସିଲର, ରାଜ୍ୟ ସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ ଏବଂ ସହରର ବହୁତ ମାଣ୍ୟ ଗଣ୍ୟ ବ୍ୟକ୍ତି, ଅଭିଭାବକ ମାନେ ଉପସ୍ଥିତ ଥିଲେ। ଲୋକ ସଂପର୍କ ଓ ସୁଚନା ଅଧିକାରୀ ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ତତ୍ତ୍ଵାବଧାନରେ ଏବଂ ଆୟୋଜକ କମିଟି ସଦସ୍ୟଙ୍କ ଦ୍ଵାରା ଅତି ସୁନ୍ଦର ଭାବରେ ଏହି ଦିବସକୁ ସଫଳ ରୂପେ ପାଳନ କରାଯାଇଅଛି। ତାପରେ ଅନ୍ତେବାସୀଙ୍କୁ ଏବଂ ସରକାରୀ ଡାକ୍ତରଖାନାରେ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ।

Related Post

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ ଗେଟରେ ତାଲା ପଡିଲା

Posted by - June 18, 2022 0
ଧର୍ମଗଡ଼:(ତା୧୮/୬(ନି.ପ୍ର)-ଶୁକ୍ରବାର ଥିଲା ସ୍କୁଲ ଖୋଲିବା ପ୍ରଥମ ଦିନ। ପ୍ରଥମ ଦିନରେ ପିଲାଙ୍କ endline ପରୀକ୍ଷା ଥିଲା । ବେହେରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲା ପରୀକ୍ଷା ଦେବା…

ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ,‘ପିଠା’ ପରେ ‘କାଳିଆ’

Posted by - December 22, 2018 817
ଭୁବନେଶ୍ବର:-ନିର୍ବାଚନ ପୂର୍ବରୁ କୃଷକଙ୍କୁ ଥୋପ ଦେଲେ ରାଜ୍ୟ ସରକାର । କାଳିଆ ଯୋଜନା ନାଁରେ କୃଷକଙ୍କ ପାଇଁ ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା…

ମାଇକଞ୍ଚ ଗୁଳିକାଣ୍ଡର ୨୨ ବର୍ଷ ଫୁର୍ତ୍ତି ପରେ ସହିଦଙ୍କୁ ଭୁଲି ଗଲେ ସଂଗ୍ରାମୀ

Posted by - December 18, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ବିଶ୍ୱ ପ୍ରସିଦ୍ଧ ମାଇକଞ୍ଚ ଗୁଳିକାଣ୍ଡ ରେ ତିନିଜଣ ସଂଗ୍ରାମୀ କାଶୀପୁର ଅଞ୍ଚଳର ଜଳ, ଜମି, ଜଙ୍ଗଲ ଓ ନିଜର ଭିଟାମାଟି ର ସୁରକ୍ଷା ପାଇଁ…

ଯାଜପୁର ଜିଲାର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ। ଗତ ପର୍ଯ୍ୟାୟ ରେ…

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପ୍ରତିବାଦ

Posted by - November 23, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ବିଜେଡ ଦଳ ତରଫରୁ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାଲି ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…