କଲେଜ ଫାଟକରେ ପଡିଲାତାଲା,ପ୍ରାକ୍ଟିକାଲ ରେ ପାସ ପାଇଁ ଅଧ୍ୟାପିକା ମାଗୁଛନ୍ତି ଟଙ୍କା

72 0

ହରଭଙ୍ଗା: ୨୫/୦୧(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଟ ମହାବିଦ୍ୟାଳୟ ର ଶିକ୍ଷାବିଭାଗ ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ପ୍ରାକ୍ଟିକାଲ ରେ ପାସ କରାଇବା ପାଇଁ ଟଙ୍କା ମାଗୁଥିବାରୁ ଏହାର ପ୍ରତିବାଦ ରେ ବୁଧବାର ଦିନ କଲେଜ ସମ୍ମୁଖର ମୁଖ୍ୟ ଫାଟକ ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା  l ଏନେଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ପୂର୍ବରୁ ବୌଦ୍ଧ ଉପଜିଲ୍ଲାପାଳ ଙ୍କୁ ଦେଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ ଶିକ୍ଷା ବିଭାଗ ରେ ପ୍ରାକ୍ଟିକାଲ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉକ୍ତ ବିଷୟ ରେ ପାସ କରାଇ ଦେବୀ ଏବଂ ଜଣପିଛା ୪୦୦ ଟଙ୍କା ଲେଖାଏଁ ଦିଅ, ନଚେତ ତୁମ ଆଗାମୀ ଭବିଷ୍ୟତ ଖରାପ ହେବ ବୋଲି ଧମାକାଇଥିଲେ

ଅଧ୍ୟାପିକାଙ୍କ ଏଭଳି ଚାନ୍ଦା ଅସୁଲ କଥା କୁ ବିରୋଧ କରି ପୂର୍ବରୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବୌଦ୍ଧ ଉପଜିଲ୍ଲାପାଳ, ଥାନା ରେ ଲିଖିତ ଭାବେ ଜଣାଇଥିଲେ l ପରେ ଘଟଣାର ତଦନ୍ତ ପାଇଁ  ଡେପୁଟି କଲେକ୍ଟର ମହାବିଦ୍ୟାଳୟ ଆସି ଶିଥିଳ ତଦନ୍ତ କରିଫେରୀ ଯାଇଥିଲେ l ତଦନ୍ତ ପରେ ମଧ୍ୟ୍ୟ ପୁନର୍ବାର ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ଟଙ୍କା ମାଗିବା ଆରମ୍ଭ କରିବାରୁ ସେନେଇ ଛାତ୍ରଛାତ୍ରୀ ମାନେ ଅଧ୍ୟାପିକା ଙ୍କ କାର୍ଯ୍ୟ ରେ ଅସନ୍ତୋଷ ପ୍ରକାଶ କରି  ବୁଧବାର ଦିନ କଲେଜ ତାଲା ପକାଇଥ ଧାରଣାରେ ବସିରହିଥିଲେ l ଏନେଇ ଅଧ୍ୟାପିକା ଧରିତ୍ରୀ ରାଣୀ କାନୁନଗୋଙ୍କୁ ଘଟଣା ସମ୍ପର୍କ ରେ ପଚାରିବାରୁ ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ସମ୍ପୂର୍ଣ ମିଥ୍ୟା,ମୁଁ କୌଣସି ପିଲାଠୁ ଟଙ୍କା ନେଇନି କି ମାଗିନୀ ବୋଲି ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଅନ୍ୟପଟେ ତୁରନ୍ତ ଘଟଣା ର ତଦନ୍ତ ସହ ଅଧ୍ୟାପିକା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଭିତରେ ଦାବୀ ହେବା ସହିତ ଟଙ୍କା ନେଇଥିବାର ଭିଡ଼ିଓ ମଧ୍ୟ ଉତ୍ତାଳନ ହେଉଛି l

Related Post

ଝିଟିପିଟି ପଡିଥିବା ଖାଦ୍ୟ ଖାଇ ୧୮ ଛାତ୍ର ଛାତ୍ରୀ ଅସୁସ୍ଥ, ଦୁଇ ଡାକ୍ତର ଖାନା ରେ ଭର୍ତ୍ତି

Posted by - October 19, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରି ବ୍ଲକ ଅନ୍ତର୍ଗତ ଫୁଲୁପୁର ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଝିଟିପିଟି ବାହାରିବା ଖଟଣା ଓ ସେହି ଖାଦ୍ୟକୁ ଖାଇ 18ଜଣ…

ତିନୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଦାବି ରେ ନୀଳଗିରି କିଶାନ କଂଗ୍ରେସ୍ ପକ୍ଷରୁ ଶୋଭାଯାତ୍ରା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି କିଶାନ୍ କଂଗ୍ରେସ୍ ପକ୍ଷରୁ, ଏକ ଶୋଭଯାତ୍ରା କରା ଯାଇ, ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆ ରେ, ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ…

ବିଜେଡିର ସାଂଗଠନିକ ବ୍ୟବସ୍ଥା ସୁଧାରିବାକୁ ପ୍ରମୋଦ ପଟ୍ଟନାୟକ ଜରୁରୀ,ଘରବାହୁଡ଼ା ପାଇଁ ରାଜ୍ୟ କର୍ମକର୍ତ୍ତାଙ୍କ ଉଦ୍ୟମ

Posted by - November 25, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ଘଟଣା କଳାହାଣ୍ଡି ଜିଲ୍ଲା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଶାସକ ବିଜେଡି ଦଳ ର ପତିଆରା…

ଜେଲରେ ବିଚାରାଧିନ କଏଦିଙ୍କ ସନ୍ଦେହଜନକ ମ୍ରୁତ୍ୟୁ : ଜେଲ କର୍ତ୍ତୁପକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ପରିବାର ଲୋକେ

Posted by - August 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲା କାରାଗାରରେ ଜଣେ ବିଚାରାଧିନ କଏଦିଙ୍କ ମ୍ରୁତ୍ୟୁ ହେବାପରେ ସ୍ଥାନିୟ ଦାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା…

ଜାତୀୟ ଟୀକାକରଣ ଦିବସ ପାଳିତ

Posted by - March 22, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ନାରାୟଣପୁର ପଞ୍ଚାୟତ ଅଫିସ ସଭାଗୃହରେ ବ୍ଲକସ୍ତରୀୟ ଜାତୀୟ ଟୀକାକରଣ ଦିବସ ପାଳିତ ହୋଇଯାଇଛି।…