ଶକ୍ତିସମ୍ପନ୍ନା ଙ୍କର ଲାଟିନଆମେରିକା ରେ ଓଡିଶୀ କାର୍ଯ୍ୟକ୍ରମ

97 0

ଭୁବନେଶ୍ୱର / ନୂଆଦିଲ୍ଲୀ ତା ୨୫.୦୧ ; ଗତକାଲି ଉଦୀୟମାନ ଓଡିଶୀ ନୃତ୍ୟଶିଳ୍ପୀ ସୁକନ୍ୟା ଶକ୍ତିସମ୍ପନ୍ନା ନିୟୁର୍କ ଠାରେ ପହଂଚିଛନ୍ତି I ସେଠାରୁ ସେ ଲାଟିନଆମେରିକା ଅଭିମୁଖେ ଯାତ୍ରା କରିବେ l ଲାଟିନ ଆମେରିକା ସ୍ଥିତ ଡୋମିନିକ ରିପବ୍ଲିକ ରପ୍ରମୁଖ ମହାନଗରୀରେ ସପ୍ତାହ ବ୍ୟାପି ନୃତ୍ୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନୃତ୍ୟ ସମ୍ପର୍କିତ କର୍ମଶାଳାରେ ଯୋଗଦାନ କରିବେ l

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଓଡିଶୀ ନୃତ୍ୟନିପୁଣା ପଦ୍ମଶ୍ରୀ ରଞ୍ଜନା ଗହ୍ୱରଙ୍କ ନେତୃତ୍ୱରେ ସମଗ୍ର ଦେଶର ଛଅ ଜଣ ଖ୍ୟାତିସମ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନାଙ୍କ ଗହଣରେ ଶକ୍ତି ସମ୍ପନ୍ନା ଏକମାତ୍ର ଓଡ଼ିଆ ଝିଅ l ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନ କରି ଢ଼େର୍ ସୁଖ୍ୟାତି ଅର୍ଜନ କରିଥିବା ଶକ୍ତିସମ୍ପନ୍ନା ସର୍ବପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ନୃତ୍ୟ ପ୍ରଦର୍ଶନ କରିବେ l

ଶକ୍ତିସମ୍ପନ୍ନା ସମ୍ପ୍ରତି “ନୃତ୍ୟ ନୈବେଦ୍ୟ”ର ପ୍ରତିଷ୍ଠାତା,କେନ୍ଦ୍ର ସଂଗୀତ ନାଟକ ଏକାଡେମୀ,ଓସ୍ତାଦ୍ ବିସ୍ମିଲା ଖାନ ଯୁବ ପୁରସ୍କାର ବିଜେତା ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଅଧୀନରେ ନୃତ୍ୟଶିକ୍ଷା ଜାରି ରଖିଛନ୍ତି l ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧୟନରତ ମନୋବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ ଶକ୍ତି ସମ୍ପନ୍ନା କବି ରାଜନେତା ଶଙ୍କର ପରିଡା ଓ ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ଜେଷ୍ଠ କନ୍ୟା l

Related Post

ନବୀନ ମୋଦିଙ୍କ ଡବଲ୍‌ ଇଞ୍ଜିନ ଗୁମର

Posted by - April 23, 2019 24
ଭୁବନେଶ୍ବର୨୩|୪:ପ୍ରଚାରର କେନ୍ଦ୍ରସ୍ଥଳରେ ଏବେ ଗୋଟିଏ ଶବ୍ଦ ଡବଲ୍‌ ଇଞ୍ଜିନ । ଆଜି କେନ୍ଦ୍ରାପଡ଼ା ଏବଂ ବାଲେଶ୍ବରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ ଉତ୍ସବ ପାଳନ

Posted by - November 9, 2022 0
ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାସମାରୋହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି। ମନ୍ଦିର…

୨୨ ତାରିଖ (ରବିବାର) ଦେଶରେ ଜନତା କର୍ଫ୍ୟୁ ପାଳନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ

Posted by - March 20, 2020 21
ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀଙ୍କୁ ନିବେଦନ କରିଛନ୍ତି।ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି…

ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

Posted by - December 5, 2018 80
ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮…

‘ଛୋଟା ମୋଦି’ଙ୍କ ଲକ୍ଷ୍ନୋ ରୁ ପ୍ରାର୍ଥୀପାତ୍ର ଦାଖଲ,ବିପକ୍ଷରେ ରଜନାଥ ସିଂ

Posted by - April 13, 2019 42
ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବିପକ୍ଷରେ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଦିଶୁଥିବା…