ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ କୁ ଭିକ୍ତି କରି ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ୪ ଗୋଟି ମଣ୍ତଳ ର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟଯୋଷୀ ଙ୍କ ନେତୃତ୍ୱରେ ଧର୍ମଗଡ ବିଡିଓ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲା ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମଣିନ୍ଦ୍ର ଭୂଷଣ ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେସ ସ୍ବାଇଁ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ନବରଙ୍ଗପୁର ଜିଲ୍ଲାର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ଶେଖର ପଣ୍ଡା, ଟିପିଗୁଡା ମଣ୍ତଳ ସଭାପତି ବିଭୁଦତ୍ତ ପ୍ରଧାନୀ,ଧର୍ମ ଗଡ଼ ନଗର ସଭାପତି ହରେକୃଷ୍ଣ ପଣ୍ଡା, ଧର୍ମ ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର,ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦନ କୁମାର ପାତ୍ର, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ବେହେରା, ଜଗତ ରାମ ମାଝୀ, ଲକ୍ଷ୍ମଣ ମେହେର, ସୌମ୍ୟରଞ୍ଜନ ଖଡିକାର ଓ ଉତ୍ତମ ମଶ୍ରା ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ସୁଧାର କରି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି । ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ତରଫରୁ କୁହାଯାଇଛି।