ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ )ଜାତୀୟ ଭୋଟର ଦିବସ ଅବସରରେ ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ର ରେ ଭୋଟର ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଥିଲେ।
ଏହି ଅବସରରେ ନୂତନ ଭୋଟରଙ୍କୁ ପରିଚୟ ପତ୍ର ବଣ୍ଟନ କରାଯିବା ସହ ବହୁ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଏକ ଭୋଟର ସଚେତନତା ରଥ ଉଦ୍ଘାଟିତ ହୋଇଥିଲା । ଏହି ରଥଟି ଜିଲାର ସମସ୍ତ ବ୍ଲକ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି।