ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କନ୍ୟା ସନ୍ତାନ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶୋଭାଯାତ୍ରା। ଜିଲା ସଂସ୍କୃତି ଭବନ ପରିସରରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆୟୋଜିତ ଏହି ସଚେତନତା ଯାତ୍ରା କୁ ଜିଲାପରିଷଦ ସଭାପତି ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥି ଯୋଗ ଦେଇ ପତାକା ହଲାଇ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର,ଡ଼ ରୁଦ୍ର ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗ ଦେଇ ଶିଶୁ କନ୍ୟା ଦିବସ ସମ୍ପର୍କରେ ସୂଚନା ଦେବା ସହିତ ପ୍ରତ୍ୟେକ ବ୍ୟକ୍ତି କନ୍ୟା ସନ୍ତାନ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ।