ମୁନିଗୁଡା:(ରମାକାନ୍ତ ପୋଢାଳ) ରାୟଗଡ ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଗୌଡଗୁଡା ନିକଟରେ ଭାରସାମ୍ୟ ହରାଇ ଏକ ମାଲବୋଝେଇ ଟ୍ରକ ୧୫ ଫୁଟ ଗର୍ତ୍ତ ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି l

ଦୁର୍ଘଟଣାରେ ଟ୍ରକତଳେ ହେଲ୍ପର ଚାପି ହଇ ରହିଥିବା ଜଣାପଡିବାରୁ ହେଲପରକୁ ଉଦ୍ଧlର କରିବା ପାଇଁ ଘଟଣାସ୍ଥଳରେ ବିଷମକଟକ ପୋଲିସ ଓ ଅଗ୍ନିସମ ବାହିନି ପହଞ୍ଚି ଉଦ୍ଧାର କରିଛନ୍ତି ଯାହାକୁ ଉଦ୍ଧାର କରିବାରେ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପ୍ରାୟ୪ ଘଣ୍ଟା କାଳ ସମୟ ଲାଗିଥିଲା l

ଗୁରୁତର ଅବସ୍ଥାରେ କ୍ଲିନରକୁ ରାୟଗଡା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରୁଥିବା ବେଳେ ଅଧ ବାଟରେ ଆମ୍ବୁଲାଏନ୍ସରେ କ୍ଲିନରଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି l ଘଟଣାସ୍ଥଳରୁ ଡ୍ରାଇଭର ଫେରାରଥିବା ଜଣାପଡିଛି l ଟ୍ରକଟି ବିଜେଓ୍ବାଡା ଠାରୁ ରାୟପୁର ଯାଉଥିବା ସମୟରେ ଏହିପରି ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣକର ଜୀବନ ଚାଲିଯାଇଥିବା ଜଣlପଡିଛି l