Breaking News
11:30 pmରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’କୁ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ୨୦୧୯ ନୋବେଲ ବିଜେତା ମାଇକେଲ କ୍ରେମ ଙ୍କ ପ୍ରଶଂସା 11:26 pmହକି ବିଶ୍ବକପ୍‌ ପୋଜିସନ୍‌ ମ୍ୟାଚ୍‌: ରାଉରକେଲାରେ ଭାରତ ୫-୨ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା 11:24 pmନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି, ଅଭିଯୁକ୍ତ ଅଟକ 11:23 pmଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ 11:18 pmପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ,ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ:-ହାଇକୋର୍ଟ

ଧର୍ମପରାୟଣା ମହିଳାଙ୍କ ପରଲୋକ

21 0

ବେଲଗୁଣ୍ଠା:୨୪/୦୧(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସମାଜସେବୀ କସ୍ତୁରୀ ପାତ୍ର (72) ଙ୍କ ପାଇଲିପଡ଼ା ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି I ସୂଚନା ପ୍ରକାରେ ଆଜି ସକାଳ ଛଅ ଘଣ୍ଟା ଚାଳିଶ ମିନିଟ୍ ସମୟରେ ସ୍ଵର୍ଗତା ପାତ୍ର ସବୁଦିନ ଭଳି ନିଜର ନିତ୍ୟକର୍ମ ସାରି ପ୍ରାର୍ଥନା କରିବାକୁ ଯିବା ସମୟରେ ହଠାତ୍ ଖଟ ଉପରେ ବସିପଡ଼ି ଟଳି ପଡିଥିଲେ I ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍ ନିଆଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଘରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଦଣ୍ଡପାଣି ପାତ୍ର ଉପସ୍ଥିତ ଥିଲେ I ତାଙ୍କର ବଡପୁଅ ତଥା ପାଇଲିପଡ଼ା ସମିତିସଭ୍ୟ ଓ ବିଜେପି ଘୁମୁସର ଜିଲ୍ଳା କୃଷକ ମୋର୍ଚା ସଭାପତି ରବୀନ୍ଦ୍ର କୁମାର ପାତ୍ର ମୁଖାଗ୍ନି ଦେଇଥିଲେ I ତାଙ୍କର ଅନ୍ୟ ଦୁଇ ପୁଅ ସୁନୀଲ ଏବଂ ବିରଞ୍ଚି,ଝିଅ, ଜ୍ଵାଇଁ ଓ ପରିବାରର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I

ତାଙ୍କର ମୃତ୍ୟୁ ଖବର ଶୁଣି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ, ଏମବିଏସ୍ କୋଲା ସିଏମଡି ବସନ୍ତ କୁମାର ବିଷୋୟୀ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା,ସରପଞ୍ଚ ଜୟରାମ ନାୟକ,ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ପ୍ରହଲ୍ଲାଦ ଲେଙ୍କା,ସଞ୍ଜୟ ପ୍ରଧାନ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ବେଲଗୁଣ୍ଠା ବଣିକ ସଂଘ ସଭାପତି ସନତ୍ ସୁବୁଦ୍ଧି,ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, କ୍ଷତ୍ରୀୟବରପୁର ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପଣ୍ଡା, ଶାସନ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ I ଗ୍ରାମ ଶ୍ମଶାନରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା I କସ୍ତୁରୀ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିବା ବେଳେ ଦୁଃଖୀରଙ୍କିଙ୍କ ପେଟ ଚିହ୍ନି ପାରି ସେମାନଙ୍କୁ ଘରକୁ ଡାକି ଖାଇବାକୁ ଦେଉଥିବାରୁ ତାଙ୍କୁ ଅଞ୍ଚଳର ଅନ୍ନପୂର୍ଣ୍ଣା ଦେବୀ ବୋଲି କୁହାଯାଉଥିଲା I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Related Post

ରଘୁନାଥପୁର ରେ ଝାମୁ ଯାତ୍ରା ମହୋତ୍ସବ-୧୯ ଉଦଯାପିତ

Posted by - April 15, 2019 1,290
ଭୁବନେଶ୍ୱର:୧୪/୪ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗ୍ରାମ ପଞ୍ଚାୟତ ରେ ଝାମୁ ଯାତ୍ରା ମହୋତ୍ସବ ୨୦୧୯ ଉଦ୍ଯାପିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା…

ସ୍ବାଧୀନତା ସଂଗ୍ରାମୀଙ୍କ ଦେହାନ୍ତ

Posted by - January 7, 2022 0
ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ଶେଷ ସ୍ବାଧୀନତା ସଂଗ୍ରାମୀ ଙ୍କ ଆଜି ଦେହାନ୍ତ ହୋଇଛି।ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତର ଡଗରା ଗ୍ରାମର ସ୍ବାଧୀନତା…

ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ମିତବ୍ୟୟୀତା ଦିବସ ପାଳିତ

Posted by - October 31, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ବୌଦ୍ଧ ଜିଲ୍ଲା ରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି ।ଏହି ଅବସରରେ ବୌଦ୍ଧ ତହସିଲଦାର…