ଧର୍ମଗଡ ତା ୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସଭାଗୃହ ଠାରେ ଜାତୀୟ ବାଳିକା ଦିବସ ଧର୍ମଗଡ ବ୍ଲକ ତରଫରୁ ଆଜି ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ। ଜୁଳି ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଡ଼ିଓ ଶରତ ସେଠି ସଭାପତିତ୍ୱ କରିଥିଲେ।
ସମାନ୍ନିତ ଅତିଥି ଭାବେ ବ୍ଲକ ଶିକ୍ଷା ଧିକାରୀ ନବ କିଶୋର ସାହୁ,ସିଡିପିଓ ସୁ ଚରିତା ମହା ପାତ୍ର, ପର୍ଲା ମେଡିକାଲ ବିଇ ଇ କିଶୋର ପଟେଲ,ସରପଞ୍ଚସଙ୍ଘ ସଭାପତି ହାତିରାମ ଦୁର୍ଗା, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନ ନ୍ଦ ଯୋଗ ଦେଇଥିଲେ।ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବା ସହିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ଥିଲା।କାର୍ଯ୍ୟକ୍ରମ କୁ ଶିକ୍ଷକ ରାଜେନ୍ଦ୍ର କୁମାର ଦୁରିଆ ସଂଯୋଜନା କରିଥିଲେ।