ଟିଟିଲାଗଡ : ( ସଂଜୟ କୁମାର ନାୟକ)ଦିନକୁ ଦିନ ଦେଶରେ ଜନସଂଖ୍ୟା ହୁତୁ ହୂତୁ ହୋଇ ବଢ଼ି ଚାଲିଛି, ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଟିଟିଲାଗଡ ଶାଖା ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଆଭିମୁଖ୍ୟ ଥିଲା ଗୋଟିଏ ପରିବାର ପାଇଁ ଦୁଇ ସନ୍ତାନ ଆଇନକୁ ସର୍ବ ସମ୍ମତି କ୍ରମେ ପାର୍ଲିଆମେଣ୍ଟରେ ଆଇନ ସ୍ଵୀକୃତି ଦିଆଯାଉ ଏବଂ ଉଦ୍ଦେଶ୍ୟ ବିଷୟରେ ସଭାପତି ଆଲୋକ ନାୟକ କହିଥିଲେ ଯେ ପ୍ରତ୍ୟେକ ଦିନ ଆମ ଦେଶରେ ୬୮୭୦୦ ଦିନ ଶିଶୁ ସନ୍ତାନ ଜନ୍ମ ହେଉଛନ୍ତି।
ସେଥି ମଧ୍ୟରୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ୫୬୫୦୦ ଶିଶୁ , ଏବଂ ୩୭୦୦ ଶିଶୁ ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟର, ଏହି ସଂଖ୍ୟାକୁ ଦେଖିଲେ ଆଗାମୀ ଦିନରେ ବହୁତ ଶୀଘ୍ର ଧାର୍ମିକ ସନ୍ତୁଳନ ହରାଇବ , ଆସନ୍ତା ୨୦ ବର୍ଷ ମଧ୍ୟରେ ସଂଖ୍ୟା ଗରିଷ୍ଠ ସଂଖ୍ୟା ଲଘୁ ହୋଇଯିବେ, ଏହାକୁ ଆଖି ଆଗରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଦେଶବ୍ୟାପି ଗୋଟିଏ ପରିବାର କୁ ଦୁଇ ସନ୍ତାନ ସସକ୍ତ ନିୟମ ଲାଗୁ କରିବାକୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତି ନିଆଯାଇଛି।
ଆଗାମୀ ଦିନରେ ଟିଟିଲାଗଡରେ ୫୦୦୦ ରୁ ୧୦୦୦୦ ଲୋକଙ୍କୁ ଦସ୍ତଖତ ଅଭିଯାନରେ ସାମିଲ କରି ସେହି ପତ୍ରକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯିବବୋଲି ସ୍ଥରିକୃତ କରାଯାଇଛି।ଏହି ସମ୍ମିଳନୀରେ ଫାଉଣ୍ଡେଶନର ଜିଲ୍ଲା ଉପଦେଷ୍ଟା ପ୍ରଶାନ୍ତ ଷଡ଼ଙ୍ଗୀ, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ନାୟକ, ଜିଲ୍ଲା ସମ୍ପାଦକ ଜୟରାଜ୍ ସାହୁ, ଜିଲ୍ଲା କୋର୍ଡି ନେଟର ଆଶିଷ ସାହୁ, ଦୁଇଟି ଜିଲ୍ଲା ସମ୍ପାଦକ ନରସିଂହ ସିଂ, ଉପସଭାପତି ସୁନ୍ଦରଲାଲ ଶର୍ମା।ମୁଖ୍ୟ ବ୍ୟବସ୍ଥାପକ ଜନେକ୍ କୁମ୍ଭାର, ମିହିର ପଟ୍ଟନାୟକ, ନାଗେଶ୍ବର ଶିକ୍କା, ଅଚ୍ୟୁତ ସିକ୍କା ପ୍ରମୁଖ ଉପସ୍ଥିତ ଥିଲେ।