ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ର କୋରେଇ ଓ ବରୀ ବ୍ଲକ ରେ ଦୁଇଟି ମେଗା ପାନୀୟ ଜଳ ପ୍ରକଳ୍ପ କୁ ମିଳିଛି କ୍ୟାବିନେଟ ମଞ୍ଜୁରୀ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୪ କୋଟି ୬୭ ଲକ୍ଷ ଟଙ୍କାର ମଂଜୁରୀ ମିଳିଛି।
ଯାହାକୁ ନେଇ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ବିଜେଡି ଜିଲା ସଭାପତି ସରୋଜ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କୋରେଇ ବିଧାୟକ ଅଶୋକ ବଳ ଏବଂ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଏହି ଦୁଇଟି ପ୍ରକଳ୍ପ ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,5 ଟି ସଚିବ କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଉଭୟ ପ୍ରକଳ୍ପ ଶେଷ ହେବା ପରେ ଉଭୟ ବ୍ଲକ ବାସୀ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଇଛି।