ବୋୖଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଆନନ୍ଦ ପବ୍ଲିକ ସ୍କୁଲ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଳି ଙ୍କ ମିଳିତ ଅନୁକୂଳ ରେ ରବିବାର ଆନନ୍ଦ ପବ୍ଲିକ ସ୍କୁଲ ଠାରେ ମାଗଣା କମ୍ପୁଟରିକୃତ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ସକାଳ ୧୦ଟା ସମୟରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଚାଲିଥିଲା ।ଏହି ଶିବିରରେ ସମୁଦାୟ ୯୩ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ସେଥି ମଧ୍ୟରୁ ୧୬ ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ ହୋଇଥିବା ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ନେତ୍ର ଚିକିତ୍ସା ଲୟକୁ ପଠା ଯାଇଛି ।
ଏହି ଅସ୍ତ୍ରୋପଚାର ,ଔଷଦ ରୋଗୀଙ୍କ ଯିବା ଆସିବା ପର୍ଯ୍ୟନ୍ତ ସମସ୍ତ ସୁବିଧା ମହାନଦୀ ନେତ୍ର ଚିକିତ୍ସାଲୟ ପକ୍ଷରୁ ସମ୍ପୁର୍ଣ୍ଣ ମାଗଣାରେ କରାଯିବ।ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଳି ର ଡାକ୍ତର ପ୍ରଶାନ୍ତ କୁମାର ଶତପଥି ,ଶିବିର ଆୟୋଜକ ନିମାଇଁ ଚରଣ ଦଲବେହେର ,ଆସିଷ୍ଟାଣ୍ଟ ବାବୁଲୁ ସେଠି, ଦଇତାରି ଅମାତ,ଆଦର୍ଶ ରଞ୍ଜନ ଦାସ, ଚନ୍ଦ୍ର ଶେଖର ନନ୍ଦ ପ୍ରମୁଖ ରୋଗୀ ଙ୍କ ଚିକିତ୍ସା କରିଥିଲେ ।ଏହି ଶିବିର ରେ ଆନନ୍ଦ ପବ୍ଲିକ ସ୍କୁଲ ର ସଚ୍ଚିଦାନନ୍ଦ ସାହୁ,ଗୋରୀ ସଙ୍କର ପ୍ରଧାନ ଙ୍କ ସମେତ ସମସ୍ତ କର୍ମୀଚାରି ମାନେ ସାହାଯ୍ୟ ସହଯୋଗ କରିଥିଲେ ।