ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହର ବ୍ଲକ ପଡା ଠାରେ ଥିବା ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟର ସଂସ୍ଥାପକ ସତ୍ୟବ୍ରତ ପଣ୍ଡା ଏହାକୁ ଉଦଘାଟନ କରିଥିଲେ | ଏହି ପ୍ରତିଯୋଗିତାରେ ଶିଶୁ ମାନଙ୍କ ମଧ୍ୟରେ ଦୌଡ଼, ବସ୍ତା ଡିଆଁ, ବେଙ୍ଗ ଡିଆଁ, ବଲ ଫିଙ୍ଗା, ମ୍ୟୁଜିକ ଚେୟାର ଓ ମାଆ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |
ଉଦଯାପନୀ ସମାରୋହରେ ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଂଘ ର ସଭାପତି ବୀରବର ସାହୁ ମୁଖ୍ୟ ଅତିଥି ଏବଂ କ୍ରୀଡ଼ାବିତ ତଥା ସମାଜସେବୀ ହିବଜୁଲ ରହେମାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ | ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ବିମଲ ଦୀପ, ଘନଶ୍ୟାମ ତାଣ୍ଡି, ରାଜେଶ ବାଗ, ଆଦିତ୍ୟ ମେହେର ଓ ଶିକ୍ଷୟତ୍ରୀ ଶର୍ମିଲା ସାହୁ, ଆରତୀ ବର୍ମା, ସାହୀନ ବେଗମ, ଅମ୍ବିକା ବାଗ, ସରସ୍ବତୀ ସାଗର ପ୍ରମୁଖ ପରିଚାଳନା କରି ସଫଳ କରିଥିଲେ |