କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେଳ ଫାଟକ ପାଖରେ ଥିବା ପ୍ରସିଦ୍ଧ ମାଁ ଅମ୍ବାଜୀ ମନ୍ଦିରରୁ ଗତ କାଲି ରାତିରେ କେହି ଦୁର୍ବୃତ୍ତ ମନ୍ଦିର ର ପଛପଟୂ ଆସି ମୁଖ୍ୟ ମନ୍ଦିର ର ତାଲା ଭାଙ୍ଗି ଅମ୍ବେ ମାଁ ପିନ୍ଧି ଥିବା ସୁନା ଗହଣା କାଢି ନେଇ ଯାଇଛି। ଯାହା ଆନୁମାନିକ ୧୮୦ ଗ୍ରାମ ହେବ ବୋଲି ମନ୍ଦିର ପ୍ରବନ୍ଧନ ପକ୍ଷ ରୁ କୁହାଯାଇଛି।କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାଁଙ୍କ ପାଖରେ ପାଖା ପାଖି ୧୦ କେଜି ରୂପା ଅଳଂକାର,ରୂପା ର କଳସୀ ଓ ଅନ୍ୟ ସବୁ ରୂପା ଜିନିଷ ଥିଲା ତାହାକୁ ନନେଇ କେବଳ ସୁନା ଅଳଙ୍କାର ଚୋରି ହୋଇଥିବାରୁ ଆଜି କେସିଙ୍ଗା ସହରରେ ଆଲୋଚ୍ୟ କଥାଟି ହେଇଛି।

ଏଠାରେ ପ୍ରକାଶ ଥାଉ କି ମାଁଙ୍କ ମନ୍ଦିର ଟି ଏନ୍ ଏଚ ୨୬ ରାସ୍ତାକଡ଼ରେ ଓ କେସିଙ୍ଗା ଆଦର୍ଶ ଥାନା ରୁ ମାତ୍ର ୧୫୦ ମିଟର ଦୂରରେ ଅବସ୍ଥିତ ଯଦି ଏହିଁ ପରି ରାସ୍ତା କଡ଼ରୁ ଚୋରି ହୋଇ ଚୋର ଖସି ପଲାଉଛି ତାହାହେଲେ ସହର ର ବାକି ଗଲି କନ୍ଦି ରେ ହଉଥିବା ଚୋରି ବିଷୟରେ କିଏ ପଚାରେ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଠାରେ କହି ରଖୁଚୁ ଯେ କେସିଙ୍ଗା ଆମ୍ବାଜି ମନ୍ଦିର ରେ ବର୍ଷକୁ ଦୁଇ ଥର ଦଶହରା ପାଳନ କରାଯାଇ ଥାଏ କଳାହାଣ୍ଡି ଜିଲ୍ଲା ତଥା ଆଖ ପାଖ ଜିଲ୍ଲା ରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇ ଥାଏ।

ମନ୍ଦିର ନିଜସ୍ବ ପାନ୍ଥଶାଳା ମଧ୍ୟ ଅଛି ବିବାହ ବ୍ରତ ମଧ୍ୟ ଆୟୋଜନ ହୋଇଥାଏ ଫଳରେ ମନ୍ଦିର କମିଟି କୁ ଭଲ ପଇସା ଆସି ଥାଏ।କିନ୍ତୁ ଆଶ୍ଚର୍ଯ୍ୟର କଥା ମନ୍ଦିର ସୁରକ୍ଷା ପାଇଁ ମନ୍ଦିର ପରିସରରେ ସିସି ଟିଭି ଗୋଟେ ଲଗା ଯାଇ ନାହିଁ କି ରାତ୍ର ଜଗୁଆଳି ଗୋଟିଏ ମଧ୍ୟ ରଖା ଯାଇ ନାହିଁ ଯାହା କେସିଙ୍ଗା ଜନସାଧାରଣ ଙ୍କୁ ସହଜରେ ହଜମ ହେଇ ପାରୁନାହିଁ।ଖବର ପାଇ କେସିଙ୍ଗା ଏ ସ ଡି ପି ଓ,କେସିଙ୍ଗା ଥାନା ଅଧିକାରୀ ସତ୍ୟ କୁମାର ନନ୍ଦ ,ଭବାନୀପାଟଣା ରୁ କୁକୁର ଆଣି ଘଟଣା ର ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ମନ୍ଦିର ରୋଡ ପାଶ୍ୟ ଥାଇ ମଧ୍ଯ ଚୋରି ଘଟଣାରେ କେସିଙ୍ଗା ପୋଲିସ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ବାଚୀ ?