କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଶିକ୍ଷା କହିଲେ ଲୋକେ ଆଜି ବି ବୁଝିବାକୁ ଚେଷ୍ଟା କରୁ ନାହାନ୍ତି।ଯଦିବା ଚେଷ୍ଟା କେଉଛନ୍ତି ତ ତାଙ୍କୁ ଏକ ସପନ ଦେଖିଲା ଭଳି ମନେ ହେଉଛି ।କାରଣ ବର୍ଷ ବର୍ଷ ବିତିଗଲା ଗାଟିଏ କେନ୍ଦ୍ରିୟ ଆଦର୍ଶ ବିଦ୍ୟାଳୟ ପାଇଁ, ଚାରିଦସନ୍ଦି ହେଇଗଲା କେବଳ ଗଟିଏ ଯୁକ୍ତ ୨ କଳା ମହାବିଦ୍ୟାଳୟ କାଶୀପୁର ଠାରେ ହୋଇଛି । ଡିଗ୍ରୀ କଲେଜ କହିଲେ ସରକାରୀ ବାବୁଙ୍କ ଠାରୁ ଆରମ୍ଭ କରି ଅଞ୍ଚଳର ବଡ ବଡ ଟାଣୁଆ ନେତା ମାନେ ଦୁରେଇ ଦୁରେଇ ରହୁଛନ୍ତି।ବାରମ୍ବାର ବିଭିନ୍ନ ନିର୍ବାଚନୀ ବେଳେ ଅଞ୍ଚଳର ଟାଣୁଆ ଓ ତୁଙ୍ଗ ନେତାମାନେ ବ୍ଲକ ରେ ଶିକ୍ଷାର ଉନ୍ନତି କରଣ କରାଯିବ ବୋଲି ନିରୀହ ଜନତାଙ୍କୁ ମୂର୍ଖ ବନେଇ ମିଛ ପ୍ରତିଶ୍ରୁତି ଦେଇ ସାରିଛନ୍ତି ।
ମୁଖ୍ୟ ବିଷୟ ହେଲା ! ଏକଲବ୍ୟ ବିଦ୍ୟାଳୟ ବାଦବିବାଦ ଘେରରେ ଥିବା ବେଳେ କାଶୀପୁର ହନୁମାନ ମନ୍ଦିର ପ୍ରାଙ୍ଗଣରେ ୨୪ ଟି ପଞ୍ଚାୟତର ଜନ ପ୍ରତିନିଧିଙ୍କ “ମତାମତ ଉପସ୍ଥାପନା ” ବୈଠକ ଅନୁଷ୍ଠିତ ହୋଇଥିଲା। କାଶୀପୁର ବ୍ଲକ ର ପିଲାଙ୍କ ଉଜ୍ଵଳ ଭବିଷ୍ୟତ ପାଇଁ ଏକଲବ୍ୟ ବିଦ୍ୟାଳୟ ଟି କେନ୍ଦ୍ରଯୋଜନାରୁ ଅନୁମଦନ ହୋଇଛି । ଏହି ବିଦ୍ୟାଳୟ ରେ ବିଶେଷ କରି ଅଞ୍ଚଳର ଗରିବ ଶ୍ରେଣୀର ଛାତ୍ର ଛାତ୍ରୀ ପାଠପଡି ଉପକୃତ ହୋଇପାରିବେ ।ହେଲେ ଏକଲବ୍ୟ ବିଦ୍ୟାଳୟ ଟି ବ୍ଲକ ର କେଉଁ ସ୍ଥାନରେ ନିର୍ମାଣ ହେବ ତାହା ଆଜି ପେଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।ବିଦ୍ୟାଳୟ ପାଇଁ ସ୍ଥାନୀୟ ତହସିଲଦାର ବାରମ୍ବାର ବିଭିନ୍ନ ସ୍ଥାନ ଚିହ୍ନଟ କରିଛନ୍ତି ,ଏଥି ମଧ୍ୟରୁ କାଶୀପୁର ନକ୍ଟିଗୁଡି ମନ୍ଦିର ନିକଟରେ ଏକ ସ୍ଥାନ ଅନ୍ତର୍ଭୁକ୍ତ। ବିଭିନ୍ନ ସରକାରୀ ଦଳ ଆସି ଏହି ସ୍ଥାନର ନିରୀକ୍ଷଣ କରିଯାଇଛନ୍ତି ।ଉପଯୁକ୍ତ ସ୍ଥାନ ହୋଇ ନ ଥିବା ଦର୍ଶାଇ ଯାଇ ପୁଣି ଶଙ୍କରଡା ପଞ୍ଚାୟତ କୁ ସ୍ଥାନାନ୍ତର କରାଯାଇଛି ବୋଲି ବାରମ୍ବର କାଶୀପୁର ବ୍ଲକ ରେ ଶିକ୍ଷାର ଉନ୍ନତି ରେ ରାଜନେତାଙ୍କୁ ଦୃବଳ ମନଭାବରେ ପିଲାଙ୍କ ଭବିଷ୍ୟତକୁ ଜାଣିଶୁଣି ଅନ୍ଧକାରକୁ ଠେଲି ଦିଆ ଯାଉଛି ବୋଲି ଜନ ଅସନ୍ତୋଷ ଦେଖାଦେଇଛି ।
ଏହି ଭଳି ବିଭିନ୍ନ ସ୍ଥାନରେ ଶିକ୍ଷା କ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ବୈଠକ କରାଯାଉ ଥିଲେ ସୁଦ୍ଧା ଅଞ୍ଚଳର ବଡ ବଡ ରାଜନେତାଙ୍କ ଦର୍ଶନ ମିଳୁ ନାହିଁ । ଏହି ପରିପ୍ରେକ୍ଷୀରେ ଟିକିରି ଓ କାଶୀପୁର ବୋଲି ପାତର ଅନ୍ତର ଭଳି ମତ ଭେଦଭାବ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।କାଶୀପୁର ବ୍ଲକ ରେ ଶିକ୍ଷ୍ୟା, ସ୍ୱାସ୍ଥ୍ୟ, ଗମନାଗମନ ବା ଅଞ୍ଚଳର ବିକାଶ ସ୍ୱାଧୀନତାର ୭୫ ବର୍ଷ ଫୁର୍ତ୍ତି ପରେ ମଧ୍ୟ ହୋଇ ପାରିଲା ନାହିଁ ।କାଶୀପୁର ଟିକିରି ଦରାଗୁଡା ଠାରେ ଅନ୍ତର୍ଜାତୀୟ ଉତ୍କଳ ଆଲୁମିନ କାରଖାନା ଗାଡିଉଠିଛି କିନ୍ତୁ ଅଞ୍ଚଳ ବାସୀଙ୍କ କିଛି ବିକାଶ ହୋଇ ପାରିଲା ନାହିଁ ,ଆଗକୁ ପୁଣି ଏମିତି ଅନେକ ବଡ ବଡ ନାମିଦାମୀ କମ୍ପାନୀ ମାନ କାଶୀପୁର ଅଞ୍ଚଳର ବକ୍ସାଇଟ ଖଣ୍ଡି ଖନନ କରିବେ ।
ଏଠି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ସହ କୋଟି ଟଙ୍କାର ଅନୁଦାନ ଆସୁଛି ଭଲ ମହାବିଦ୍ୟାଳୟ ଟି ଡିଗ୍ରି କଲେଜ ଟେ ଆଜି ପର୍ଯ୍ୟନ୍ତ ସ୍ଥାପନା ହୋଇ ପାରିଲାନାହିଁ ।ଆଜି ବ୍ଲକ ର ଛାତ୍ର ଛାତ୍ରୀଙ୍କ ପାଇଁ ସାତସପନ ହେଇଯାଇଛି ।ଏହି ବୈଠକରେ ରାଜ୍ୟ ବିଜେଡି ସମ୍ପାଦକ ଜଗଦୀଶ ପାତ୍ରଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ବିଜେଡି ବରିଷ୍ଠ ନେତା ଯଦୁ ଗରଡ଼ା,ଟିକିରି ବ୍ଲକ କଂଗ୍ରେସ ଯୁବ ନେତା ଝିଜୁରୁ ମାଝି,ଉମାଶାଙ୍କର ସୌନ୍ତା, ସନ୍ଧୁ ମାଝୀ,ପୂର୍ବତନ ସରପଞ୍ଚ ଜୟ ମାଝୀ, ହିଂଦା ମାଝୀ, ସୁନାସିଙ୍ଗ ମାଝୀ,ଜୟଚନ୍ଦ୍ର ମାଝୀ,ସମାଜ ସେବୀ ବିଶ୍ବମ୍ବର ନାଏକ,ରତି ନାଏକ, ରାଜେନ୍ଦ୍ର ନାଏକ ଖୁରିଗାଁ ,ନକଟି ଗୁଡା ଶିବ ମାଝୀ, ଶଙ୍କରଡା ସରପଞ୍ଚ, ଏବଂ ପାଖାପାଖି ୧୮ ଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ବ୍ଲକ ବାସୀ ଉପସ୍ଥିତ ଥିଲେ ।