Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ମହିଳା ଆତ୍ମ ସୁରକ୍ଷା ଶିବିର ଉଦଯାପିତ

37 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସ୍ଥିତ ଟିକେଏସଏମଆରଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖେଳ ଶିକ୍ଷକ ରାଜକିଶୋର ଭୋଇଙ୍କ ତତ୍ତ୍ଵାବଧାନରେ ଗତ ତା୧୦/୧/୨୩ରିଖରୁ ୮ଦିନ ଧରି ଚାଲିଥିବା ମହିଳା ଆତ୍ମ ସୁରକ୍ଷା ଶିବିର ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ବିଦ୍ୟାଳୟ ସଭାଗୃହରେ ଅଧ୍ୟାପକ ଝସକେତନ ଡାଙ୍ଗଙ୍କ ସଭାପତିତ୍ଵରେ ଶିବିରାର୍ଥୀ ଛାତ୍ରୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ସ୍ଥାନୀୟ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ ମୂଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଗଣମାଧ୍ଯମ ପ୍ରତିନିଧୂପ ପ୍ରଭାତ କୁମାର ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ ଯେ ଜଣେ ନାରୀ ବୁଦ୍ଧି, ବଳ ଓ କଉଶଳ ଦ୍ଵାରା ହିଁ ସୁରକ୍ଷିତ ହୋଇପାରିବ। ସେହିପରି ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ସସ୍ମିତା ଖ୍ବାସ ଓ ମାଷ୍ଟର ଟ୍ରେନର ପଞ୍ଚଦିନୀ ଜାନୀ ଯୋଗଦେଇ ଆତ୍ମସୁରକ୍ଷା ଉପରେ ମନ୍ତବ୍ୟ ରଖିଥିଲେ।ପରେ ସମସ୍ତ ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଉକ୍ତ ଶିବିରରେ କିରାଣୀ ଅଶୋକ ଦେହୁରୀ ଧନ୍ୟବାଦ ଦେଇଥିବାବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related Post

ବନ କର୍ମଚାରୀ ଙ୍କୁ ଅକ୍ରମଣ ଫରେଷ୍ଟର ଗୁରୁତର

Posted by - October 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡିଆମୁଣ୍ଡା ସେକ୍ସନ ସାହାଯବାହାଲ ଖାତୀପଡ଼ା ଠାରେ ବିନିକା ବନକର୍ମଚାରିଙ୍କ ଉପରେ ଗ୍ରାମର କିଛି ଦୁର୍ବୃତ୍ତଙ୍କ ଦ୍ୱାରା ଆକ୍ରମଣ ।…

ଅନଲାଇନ ଶିକ୍ଷା କୁ ବନ୍ଦ କରି ସ୍କୁଲ, କଲେଜ ଖୋଲିବା ପାଇଁ ଅଖିଳ ଭାରତ ଛାତ୍ରର ବିକ୍ଷୋଭ

Posted by - August 17, 2021 0
ହରଭଙ୍ଗା:(ବୌଦ୍ଧ )ଲକଡାଉନ ଆଳରେ ସରକାର ଆଜି ଶିକ୍ଷାବ୍ୟବସ୍ଥାକୁ ସମ୍ପୁଣ୍ଣ ବିପର୍ଯ୍ୟସ୍ତ କରିସାରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳରେ ପରିସ୍ଥିତି ଅଧିକ ସଂଗୀନ ହୋଇପଡିଛି । କେଉଁଠି ମୋବାଇଲ…

ଅଲ୍ଟ୍ରାଟେକ୍ ତରଫରୁ ରାଜମିସ୍ତ୍ରୀ ତାଲିମ ଶିବିର

Posted by - February 26, 2022 0
କୁଡୁମୁଲୁଗୁମ୍ମା ସ୍ତିତ କଲ୍ୟାଣ ମଣ୍ଡପ ନିକଟରେ ଅଲ୍ଟ୍ରାଟେକ୍ ସିମେଣ୍ଟ ତରଫରୁ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅଲ୍ଟ୍ରାଟେକ୍ ର ଜୟପୁର…

ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ବିରଜା ବକୃତାମାଳା ଅନୁଷ୍ଠିତ

Posted by - January 22, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ବିରଜା ବକୃତାମାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେଭେନ୍ସା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ନଟବର…

ଯାଜପୁରରେ ଭାରତ ସ୍କାଉଟ୍ ଗାଇଡ଼ର ୩ଦିନିଆ ଜିଲାସ୍ତରୀୟ କ୍ୟାମ୍ପୋରୀ ଉଦ୍ଘାଟିତ ।

Posted by - March 24, 2019 3
ଯାଜପୁର:୨୪.୩(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ହାଇସ୍କୁଲ ପରିସରରେ ଭାରତ ସ୍କାଉଟ୍ ଗାଇଡ଼ର “ଜିଲା କ୍ୟାମ୍ପୋରୀ ୨୦୧୯” ଉଦ୍ଘାଟିତ ହୋଇଯାଇଛି । ସ୍କାଉଟ୍ସ୍ ଗାଇଡ୍ସର ରାଜ୍ୟ ମୁଖ୍ୟ…