କାଶୀପୁର :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କାର୍ଯ୍ୟାଳୟ ଠାରେ ଏକ ଦସନ୍ଦି ହେଲା ଚାଲିଆସିଛି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ କଳାପ ।
ଯଦ୍ୱାରା ନିର୍ବାଚିତ ଜନପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଗତକାଲି କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜନପ୍ରତିନିଧିଙ୍କ ଦ୍ଵାରା ଉତେଜନା ଦେଖିବାକୁ ମିଳିଥିଲା । କାରଣଟି ପିଏମ ଆବାସ ଯୋଜନାକୁ କେନ୍ଦ୍ରକରି ବ୍ଲକ ଅଧିକାରୀ ମନମୁଖୀ କାର୍ଯ୍ୟ କରିଛନ୍ତି ବୋଲି ଜନପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ।କାଶୀପୁର ବ୍ଲକର ସମସ୍ତ ପଞ୍ଚାୟତରେ କିଭଳି ନୂତନ ପର୍ଯ୍ୟାରେ ଉନ୍ନୟନ ମୂଳକ କାର୍ଯ୍ୟ ‘କାର୍ଯ୍ୟକାରୀ ହେବା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ ସମ୍ବନ୍ଧରେ ବ୍ଲକ ଅଧିକାରୀ ଶ୍ରୀମତୀ ମନୀଷା ଦାସ ଏବଂ ଉପସ୍ଥିତ ୨୪ ଟି ପଞ୍ଚୟତର ସରପଞ୍ଚ, ସେମିତି ସଭ୍ୟା, ସଭ୍ୟ ,ବ୍ଲକ ଅଧକ୍ଷ କଣ୍ଠେଶ୍ୱର ମାଂଝୀ ଏବଂ ବ୍ଲକ ଉପଅଧକ୍ଷ୍ୟା କୁନିକୁମାରି ନାଏକଙ୍କ ଉପସ୍ଥିତରେ ଏକ ବୈଠକ ହୋଇଥିଲା ।
ଉକ୍ତ ବୈଠକରେ ପିଏମ ଆବାସ ଯୋଜନା ବା ଇନ୍ଦ୍ରା ଆବାସ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ ବିଡ଼ିଓ ଦାସ ଯେଉଁଥିରେ କି ସର୍ବମୋଟ ୩ହଜାର ୭ସହ ୭୫ଟି ଆବାସ ଯୋଜନା ଆସିଛି ।ଏଥିରୁ ୮ସହ ପାଖାପାଖି କାଟିବାକୁ ପୁଣି ବିଡ଼ିଓ କହିଥିଲେ କେବଳ ୨ହଜାର ୯ସହ ଟାର୍ଗେଟ ରେ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରାଯିବ ବୋଲି ।କିନ୍ତୁ ଜନପ୍ରତିନିଧିଙ୍କ ଅଭିଯୋଗ କ୍ରମେ ସମସ୍ତ ପଞ୍ଚାୟତରେ ସରକାରୀ କର୍ମୀ ବ୍ଲକ ଅଧିକାରୀଙ୍କ ନିର୍ଶେଷ ରେ ହିତାଧିକାରୀଙ୍କ ହାଉସ ସର୍ଭେ ଏବଂ ଜିଅଟେକ କାର୍ଯ୍ୟ ଶେଷ କରିଛନ୍ତି ,ଯଦ୍ୱାରା କି’ ଏହି ପରିସ୍ଥିତିରେ କାହାରିକୁ ବଞ୍ଚିତ କରାଯାଇ ପାରିବ ନାହିଁ କାରଣ ଏଥିପୂର୍ବରେ ବ୍ଲକ ଅଧିକାରୀଙ୍କ ମନମୁତାବକ ଗୃହ ସର୍ଭେ ଓ ଜିଅଟେକ କାର୍ୟ୍ଯକୁ ବ୍ଲକ ର ଜନପ୍ରତିନିଧିଙ୍କୁ କୌଣସିମତେ ଜଣା ଯାଇ ନ ଥିଲା ।ଯଦି ଯୋଗ୍ୟ ହିତାଧିକାରୀଙ୍କୁ ପୁଣି ଯୋଜନା ତାଲିକାରୁ ବାଦ ଦିଆ ଯାଏ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଉଚିତ ନୁହେଁ ବୋଲି ୨୪ ଟି ପଞ୍ଚୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟା, ସଭ୍ୟ, ବ୍ଲକ ଅଧକ୍ଷ ବିଡ଼ିଓଙ୍କ ସହ କଥା କଟାକୁଟି ହାଇଥିଲା ।ଘଟଣାକୁଟି ନିଜ ଆୟତ ବାହାରେ ଥିବା ବେଳେ ଶ୍ରୀମତୀ ଦାସ ଭିତିହୀନ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିନା କୌଣସି ଲିଖିତ ଅଭିଯୋଗ ରେ ପୋଲିସ କୁ ଡାକିଥିଲେ । ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲିସ ସିଂଧୁରଘାଟି GP ସରପଞ୍ଚ ଶ୍ରୀମତୀ ଚନ୍ଦ୍ରିକା ମାଝୀଙ୍କୁ ହଠାତ ଚୁଟି ଧରିଥିବାର ଗଣମାଧ୍ୟମ ସମ୍ବୁଖରେ ଅଭିଯୋଗ କରିଛନ୍ତି ସରପଞ୍ଚ ଚନ୍ଦ୍ରୀକା ମାଝୀ ।
ଉକ୍ତ ଘଟଣା ସ୍ଥଳ ତଥା ” ଅସମ୍ପୂର୍ଣ୍ଣ ବୈଠକ ” ରୁ ବ୍ଲକ କାର୍ଯ୍ୟାଳୟରୁ ବିଡ଼ିଓଚାଲିଯାଇଥିଲେ , କିନ୍ତୁ ପୋଲିସ କହିଛି କିଛି ସରକାରୀ ନିର୍ଦ୍ଦେଶକୁ ଜନପ୍ରତିନିଧି ମାନେ ଅବମାନନା କରି ବିଡ଼ିଓଙ୍କ କାର୍ଯ୍ୟାଳୟର ଗେଟ ଦ୍ବୟ ରେ ତାଲା ପକାଇ ଥିବା ଖବର ପାଇଥିଲେ ସେ କାହାରିକୁ ଅପବ୍ୟବହାର କରିନଥିବା ପ୍ରକାଶ କରିଥିବା ସହ କୌଣସି ଉତେଜନା ମୂଳକ ପରିସ୍ଥିତି ନଥିଲା ବୋଲି କାଶୀପୁର IIC କହିଥିଲେ ।କିନ୍ତୁ ବ୍ଲକ କାର୍ଯ୍ୟ ପରିସରରେ ଲାଗିଥିବା ସମସ୍ତ CCTV ଯାଞ୍ଚ କରାଯାଉ ବୋଲି ଉପସ୍ଥିତ ସମସ୍ତ କାଶୀପୁର ବ୍ଲକ ଜନପ୍ରତିନିଧି ମାନେ ଦାବୀ କରିବା ସହ ବ୍ଲକ ଅଧିକାରୀ ଓ IICଙ୍କ ବିରୁଦ୍ଧରେ ନାରା ବାଜି ଦେଇଥିଲେ ।