ଖପ୍ରାଖୋଲ: ୧୩/୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଖେଳ ପଡିଆ ଠାରେ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି। ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇସପାଳ ସୁନା, ଖେଳ ଶିକ୍ଷକ ପବିତ୍ର ମୋହନ ଦାସ, ରାଜ୍ୟସ୍ତରରୁ ଚୟନ କମିଟି ସଦସ୍ୟ ପ୍ରଦୀପ କୁମାର ସ୍ବାଇଁ, ବସନ୍ତ କୁମାର ମେହେର, ଜିଲ୍ଲା ତୀରନ୍ଦାଜ ସଂଘ ସଭାପତି ରମାକାନ୍ତ ଭୋଇ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ଅନେକ ପ୍ରତିଯୋଗୀ ଯୋଗଦେଇଥିବା ବେଳେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ପ୍ରାପ୍ତିପ୍ରେକ୍ଷା ଭୋଇ, ସାଇ କୃପାମୟୀ ଭୋଇ, ଉଚ୍ଚ ବିଦ୍ୟାଳୟ ର ଅଦିତି ସାହୁ, ସ୍ନେହା ସାହୁ, ଅଙ୍କିତା ବେହେରା ମନୋନୀତ ହୋଇଥିବା ଜଣାଯାଇଛି । ଆଗାମୀ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ତୀରନ୍ଦାଜ ପ୍ରତଯୋଗିତା ସୁନ୍ଦରଗଡ ଠାରେ ହେବାକୁ ଥିବାବେଳେ ମନୋନୀତ ୫ ଛାତ୍ରୀ ବଲାଙ୍ଗିର ଜିଲ୍ଲା ତରଫରୁ ଭାଗନେବେ ବୋଲି ଜଣାଯାଇଛି। ଯାହାକୁ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।