କାଶୀପୁର;(ଅଞ୍ଜନ କୁମାର ନାଏକ)ଉତ୍କଳ ଆଲୁମିନା କମ୍ପାନୀ ଓ ସେହି ଅଞ୍ଚଳର ପୋଲିସ ଦ୍ୱାରା ବାରମ୍ବାର ମାନବାଧିକାର କୁ ହନନ କରୁଥିବା ଚିତ୍ର ସାମ୍ନାକୁ ଆସିଛି ।ଏହିଭଳି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ଅଣ୍ଡିରା କଞ୍ଚ ଥାନା ଅଧୀନରେ ଦେଖିବାକୁ ମିଳିଛି।ରାୟଗଡା କାରାଗାର ଠାରୁ ସିଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ !ସେଠାରୁ ପୁଣି ସଙ୍କଟାପନ୍ନ ପରିସ୍ଥିତିରେ କରାପୁଟ ସ୍ଥାନାନ୍ତର !ହେଲେ ବଞ୍ଚି ପାରିଲେ ନାହିଁ ପିଡିତା ।ହେଲେ ଶବକୁ କରାପୁଟ ରୁ ଆଣି ଅଣ୍ଡିରାକୋଞ୍ଚ ଥାନା ଆଗରେ ରଖି ଉତ୍କଳ କମ୍ପାନୀ ଓ ପୋଲିସ ବିରୁଦ୍ଧରେ ଗଣ ଧାରଣା କରିବେ ବୋଲି ପୋଲିସ ଓ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷକୁ ସୂଚନା ଦିଆଯାଇଥିଲା !
କରାପୁଟ ଠାରେ ହିଁ କିଛି ଦଲାଲ ଶବ ଗାଡି ଠାରେ ବସିଥିଲେ ଏବଂ ସମସ୍ତ ଯୋଜନାକୁ କମ୍ପାନି ଓ ପୋଲିସ କୁ ପହଞ୍ଚାଇଛନ୍ତି ,କରାପୁଟ ଠାରୁ 80 କିଲୋମିଟର ଶବ ଆସିଛି କିନ୍ତୁ ଗ୍ରାମକୁ 7 କିଲୋମିଟର ପୂର୍ବରୁ ଶବ ଗାଡିକୁ ଅପହରଣ କଲା ଭଳି ଦୃଶ୍ୟ ଥିଲା ।ଯାହା ଫୋଳରେ କି କମ୍ପାନୀ ଓ ପୋଲିସର ମିଳିତ ଉଦ୍ୟମରେ ଗ୍ରାମକୁ ଶବ ପହଞ୍ଚି ପାରିଲା ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।ସମସ୍ତ ଘଟଣା ପଛର ସତ୍ୟା ସତ୍ୟ ! ମୃତ ସୁଲବତୀ ନାଏକଙ୍କର ।ଗତ ୨୦୨୨/ଡିସେମ୍ବର ୨୬ ତାରିଖର ଘଟଣା ଅଣ୍ଡିରାକୋଞ୍ଚ ଗ୍ରାମର ୧୩ ଜଣ ମହିଳା ପୂର୍ବ ଭଳି ଉତ୍କଳ ଆଲୁମିନା କମ୍ପାନୀ ବିରୁଦ୍ଧରେ ଜମି/ଭୂମି ହରା ସେମାନଙ୍କ ପେଟ ପଟଣା ଓ ଥଇଥାନ ପାଇଁ ଦୀର୍ଘ ବର୍ଷର ମୌଳିକ ଅଧିକାର ଓ ନ୍ୟାର୍ଯ୍ୟା ଦାବୀ ପୁରଣ ପାଇଁ ସରୋଉତଲନ କରିଥିଲେ ।
ପୋଲିସ ଉକ୍ତ ସ୍ଥାନରୁ ସମସ୍ତ ମହିଳାଙ୍କୁ ଉଠେଇ ନେଲା ଓ ପ୍ରଥମେ ଦରାଗୁଡା ଥାନା ଏବଂ ପରେ କାଶୀପୁର ଥାନାକୁ କାହାରିକୁ ଡାକ୍ତରୀ ପରୀକ୍ଷା ନ କରି ପୁଣି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।୧୩ ଜଣ ମହିଳାଙ୍କ ମଧ୍ୟରୁ ଜଣେ ୯ ମାସର ଗର୍ଭବତୀ ପୁଣି ପ୍ରସବ ପାଖେଇ ଆସିଥିଲା । ପୋଲିସ କିନ୍ତୁ ସେମାନଙ୍କୁ କୌଣସି ମାନବିକତା ଦେଖାଇନଥିଲା ।ହେଲେ ସେମାନଙ୍କୁ ୫ ତାରିଖରେ ପ୍ରଥମେ ଜାମିନ ମିଳିଥିଲା କିନ୍ତୁ ପୋଲିସ ର ବର୍ବରତା ଆଗରେ ଅଦାଲତ ମଧ୍ୟ ଫେଲ ମାରିଛି ! ବେଲ ମିଳିବାର ସଙ୍ଗେ ସଙ୍ଗେ ଜେଲ ପରିସରରୁ ପୁଣି ସମସ୍ତଙ୍କୁ ଦୁଇ ଦୁଇଟି ମାମଲାରେ ଗିରଫ କରି ସେଠାରୁ ଜେଲ କୁ ନିଆଗଲା ।
ପୁଣି ଚଳିତ ୧୧ ତାରିଖରେ ସମସ୍ତଙ୍କୁ ବେଲ ଦିଆ ଯାଇଥିଲା । ୯ ମାସ ର ଗର୍ଭଧାରଣ ରେ ଥିଲେ ସୁଲବତୀ ନାଏକ ,ସ୍ୱାମୀ ବୈଦ୍ୟ ନାଏକ ,ବୟସ ୩୬ । ତାଙ୍କୁ କାରାଗାରରେ ପୂର୍ବ କିଛିଦିନରୁ ପ୍ରସବ ଯନ୍ତ୍ରଣା ହେଉଥାଏ ।ପ୍ରସବ ପିଢ଼ାରେ ସେ ଛଟ ପଟ । ବେଲ ମିଳିବାର ତୁରନ୍ତେ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା, ସେଠାରେ ପୁତ୍ର ସନ୍ତାନ ଜନ୍ମ ନେଇଥିଲେ ,ମାଁ ଓ ନବଜାତ ଶିଶୁ ର ସ୍ୱାସ୍ଥ୍ୟ ଅତି ସଙ୍କଟ ପନ୍ନ ଥିବା ବେଳେ ତୁରନ୍ତ କରାପୁଟ ସ୍ଥାନାନ୍ତର କରାଯାଇଥିଲା
କିନ୍ତୁ ଚିକିତ୍ସା ଓ ସମୟର ଅଭାବ ହେତୁ ସୁଲବତୀ ବଞ୍ଚି ପାରିଲେ ଏଣୁ କମ୍ପାନୀ ଓ ପୋଲିସ ସୁଲବତୀ ର ମୃତ୍ୟୁର ଅପରାଧି ବୋଲି ଜେଲ ଭଗିଥିବା ମହିଳା ମାନେ ଦାଇ କରିଛନ୍ତି ଏବଂ କିଛି ଅସାମାଜିକ ବ୍ୟକ୍ତି ଶବ ଆଣିବାର ସମସ୍ତ ଖବର ପୋଲିସ ଓ କମ୍ପାନୀକୁ ଦେଇଛନ୍ତି ,ଜାହାପାଳରେ ଆଜି ଶବ ନିଜ ଗ୍ରାମକୁ ନ ପହଞ୍ଚି ଘଟଣାକୁ ଦିଗ ହରା କରାଯାଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଏହି ଘଟଣାକୁ କେନ୍ଦ୍ରକରି ଦରାଗୁଡା ଓ ଅଣ୍ଡିରକଞ୍ଚ ଅଞ୍ଚଳରେ ଉତେଜନାର ପରିସ୍ଥିତି ଉପୁଜିଛି ।ପୋଲିସ ସରକାରୀ ବେତନ ନା କମ୍ପାନୀ ବେତନ ନେଉଛି ବୋଲି ସମଗ୍ର ଜିଲ୍ଲାରେ ଆଲୋଚନା ହେଉଛି ।