କାଶୀପୁର:(ଅଞ୍ଜନ କୁମାର ନାଏକ)2023 ପୁରୁଷ ହକି ବିଶ୍ଵ ମହାଯୁଦ୍ଧ ରାଜ୍ୟର ପୁରପଲ୍ଲୀରେ ସର୍ବତ୍ର ପ୍ରସିଦ୍ଧି ଅର୍ଜନ କରିଥିବାର ଦୃଶ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଞ୍ଚାୟତ ଓ ଅଡାଜୋର ପଞ୍ଚାୟତରେ ଦେଖିବାକୁ ମିଳିଥିଲା।
ସୁଙ୍ଗେର ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଗ୍ରାମସଭାକ୍ରମେ ହକି ଓଡିଶା ଉନ୍ନମଚନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତର ଶତାଧିକ ଲୋକ, ସୁଙ୍ଗେର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଶିକ୍ଷକଗଣ ହକି ଓଡିଶା 2023 ର ଉଦଘାଟନ କାର୍ଯ୍ୟକ୍ରମ ଟିଭି ମାଧ୍ୟମରେ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ଶ୍ରମିଳା ମାଝୀ, , ସମିତି ସଭ୍ୟ, ସମସ୍ତ ୱାର୍ଡ ସଭ୍ୟ ଏବଂ ମହିଳା ସଙ୍ଗଠନ ସମେତ ଓଏଲଏମ ମିଶନ ଶକ୍ତି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଏହି ଭଳି ଅଡାଜୋର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମଧ୍ୟ ପଞ୍ଚାୟତର ବିଭିନ୍ନ ମହିଳା ସଂଗଠନ, ଓଏଲେମ ମିଶନ ଶକ୍ତି ମହିଳା ସଂଗଠନଙ୍କ ସମେତ ପୁରୁଷ, ମହିଳା ଓ ଶିଶୁ ମାନେ ରଙ୍ଗାରଙ୍ଗ ପୁରୁଷ ହକି କ୍ରୀଡା 2023 କୁ ଉପଭୋଗ କରିଥିଲେ। ଉଦ୍ଘାଟନୀ ସମାରୋହ ସିଧାପ୍ରଶାରଣ କାର୍ଯ୍ୟକ୍ରମ ର ମନଛୁଆଁ ଦୃଶ୍ୟକୁ ଟିଭି ମାଧ୍ୟମରେ ହର୍ଷଉଲ୍ଲାସ ରେ ଲୋକେ ଉପଭଗ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅଡାଜୋର ସରପଞ୍ଚ ଶ୍ରୀମତୀ ସୁରେନ୍ଦ୍ରୀ ମାଝୀ, ସମିତି ସଭ୍ୟ ଓ ସମସ୍ତ ୱାର୍ଡ ସଭ୍ୟ ମାନେ ଉପସ୍ଥିତ ଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ ଏବଂ ରାଜ୍ୟବାସୀଙ୍କ ସହଯୋଗ କ୍ରମେ ଆଜି ବିଶ୍ୱ ମାନଚିତ୍ର ରେ ହକି ଓଡିଶା 2023 ସ୍ଥାନ ପାଇଥିବା ବେଳେ ପୁରପଲ୍ଲୀରେ ମଧ୍ୟ ହକି ଓଡିଶା 2023 ପୁରୁଷ ହକି ବିଶ୍ୱକପ ର ଡଙ୍କା ବାଜିଛି ତେଣୁ ସରପଞ୍ଚ ଦ୍ବୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଉମାଶଙ୍କର ପାତ୍ର ଉଭୟ ପଞ୍ଚାୟତରେ ହକି ଓଡ଼ିଶା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ।