ଖପ୍ରାଖୋଲ: ୧୧/୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ୍ ଦୁଇଟି ସ୍ଥାନରେ ଚଢାଉ କରି ୪୬ ବୋତଲ ଏସ କଫ ସିରଫ ଜବତ କରିବାସହ ତିନି ଜଣକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ମଙ୍ଗଳବାର ରାତିରେ ପେଟ୍ରୋଲିଙ୍ଗ କଲାବେଳେ ବେ ଆଇନ କଫ ସିରଫ ରଖିବା ଅଭିଯୋଗ ରେ ପାଟିମାଲ୍ ଗାଁର ଆନନ୍ଦ ପୁଟେଲ (୩୬)ଓ ରଣଧୀର ପାନିକା (୨୫) ଙ୍କ ଠାରୁ ୨୧ ବୋତଲ କଫ ସିରଫ ଜବତ କରିବା ସହ ଦୁଇଜଣ କୁ ଗିରଫ କରିଥିଲେ।
ସେହିପରି ପାଟଣାଗଡ ଥାନା ପଣ୍ଡାମୁଣ୍ଡା ଗାଁ ରେ ଚଢାଉ କରି ରମେଶ ବାଗ ( ୩୨) ଙ୍କ ଠାରୁ ୨୫ ବୋତଲ କଫ ସିରଫ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଥିଲେ। ଏନେଇ ଖପ୍ରାଖୋଲ ଥାନା କେସ ନ ୧୪/୨୩ ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଏସ ଆଇ ଗୋପୀନାଥ ମହାକୁଡ ସୂଚନା ଦେଇଛନ୍ତି।