ଖପ୍ରାଖୋଲ: ୯/୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ଠାରେ ଖପ୍ରାଖୋଲ କୃଷକ ପ୍ରଡୁସର କମ୍ପାନୀ ତରଫରୁ ମାଣ୍ଡିଆ କ୍ରୟ କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ନଡ଼ିଆ ଭାଙ୍ଗି ନାଲି ଫିତା କାଟି ଉଦଘାଟନ କରିଥିଲେ।
ଏହି ଅବସରରେ ବ୍ଲକ୍ ଅଧକ୍ଷା ନିରୂପମା ପଟେଲ, ଉପାଧ୍ୟକ୍ଷ ସୁଖୀରାମ ସାଣ୍ଢ, ବିଧାୟକ ପ୍ରତିନିଧି ରମେଶ ପ୍ରଧାନ,ତେଲେନପାଲି ସରପଞ୍ଚ ଶକୁନ୍ତଳା ବେହେରା, ବ୍ଳକ କୃଷି ଅଧିକାରୀ ଡମ୍ବୁରୁ ମେହେର ପ୍ରମୁଖ ଯୋଗ ଦେଇଥିଲେ,। ପ୍ରଥମ ଦିନରେ ୩୨ କୁଣ୍ଟାଲ ମାଣ୍ଡିଆ ୯ଜଣ ଚାଷୀ ଙ୍କ ଠାରୁ କ୍ରୟ କରାଯାଇଥିଲା।
ଏହି ଅବସରରେ ରେ ଅନ୍ୟ ମାନଙ୍କ ମଧ୍ୟରେ ଖପ୍ରାଖୋଲ କୃଷକ ପ୍ରଡୁସର କମ୍ପାନୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଣେଶ ବନଛୋର,ବ୍ଳକ ସଂଯୋଜକ ହେମବତି ନନ୍ଦନ ବେହେରା ,ଉମେଶ ଗୁପ୍ତା,ପ୍ରଶାନ୍ତ ବୁଡ଼େକ, ଫକୀର ସାହୁ,ବାସନ୍ତୀ ମୁଣ୍ଡା,ରାକେଶ ବେହେରା, ସଦାନନ୍ଦ ବାଗ,ପୁରନ୍ଦର ବନଛୋର ପ୍ରମୁଖ କରିଥିଲେ।