ଭେଜିଗୁଡା ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ୨୦୨୩ ଅନୁଷ୍ଠିତ

40 0

ଭବାନୀପାଟଣା ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭେଜିଗୁଡା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମହାସମାରୋହର ସହ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ଯଦୁମଣି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ବିଶିଷ୍ଟ ସିନେ କଳାକାର ରାମ୍ ନାରାୟଣ ମୁଣ୍ଡ ମଞ୍ଚ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ,ପ୍ରତାପ କିଶୋର ପଣ୍ଡା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜନିଜ ବକ୍ତବ୍ୟ ରଖିଥିଲେ ।ଏ ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇ ଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ରଜନୀ କାନ୍ତ ସାହୁ ଓ ଧର୍ମ ନିରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିଲେ।

ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, କର୍ମଚାରୀ ଓ ବିଭିନ୍ନ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜନସାଧାରଣ ଯୋଗ ଦେଇଥିଲେ ।ବିଭିନ୍ନ ବିଭାଗ ଓ ସ୍ଵୟଂ ସହାୟକ ଗୋଷ୍ଠୀ ଗୋଷ୍ଠୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଷ୍ଟଲ୍ ମୁଖ୍ୟ ଆକର୍ଷଣ ହୋଇଥିଲା। ପଞ୍ଚାୟତ ସ୍ତରରେ ଏଭଳି ଉଚ୍ଚକୋଟୀର ଆୟୋଜନ ଜୟପାଟଣା ବ୍ଲକ ରେ ପ୍ରଥମ ଥର ପାଇଁ ହୋଇଥିବା ଜଣାପଡିଛି।

Related Post

ଜିଲ୍ଲାସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - November 28, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆସନ୍ତା ୧ ଡିସେମ୍ବରରେ ବିଶ୍ଵ ଏଡସ୍ ଦିବସ ପାଳନ ହେବ। ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଏଡସ୍ ଦିବସ ପାଳନ ପାଇଁ ଆଜି ଜିଲ୍ଲା ମୁଖ୍ୟ…

ଯାଜପୁର ଟାଉନ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ

Posted by - March 1, 2021 0
ଯାଜପୁର ଅଫିସ:ଯାଜପୁର ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ଣ୍ଣା ମିଶ୍ର ଙ୍କ ସଭାପତିତ୍ୱ ରେ ଉଦ୍ଘାଟକ…

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

Posted by - August 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ…

ପାପଡାହାଣ୍ଡି ବ୍ଲକ ଭତରା ସମଜ ର ବୈଠକ

Posted by - June 23, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ଗ୍ରାମ ପଂଚାୟତ ଧନସୁଲି ଗ୍ରାମ କନ୍ଦାଗୁଡା ଠାରେ ଭତରା ସମାଜ ର ଏକ ବୈଠକ ଅନୁଷ୍ଠିତ ହେଇ…

ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ , ପୂର୍ବାହ୍ନରେ ଅମ୍ବିକା ମଣ୍ଡପ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ…