ବନବିଭାଗ ହାବୁଡା ରେ ଦୁଇ ଜନ୍ତୁ ଶିକାରୀ,ଅଫୁଟା ଗୁଳି ସହ ଗୋଟିଏ ଦେଶୀ ବନ୍ଧୁକ ଜବତ 

38 0

ବୌଦ୍ଧ: :୪/୧( ଚିତରଞ୍ଜନ ସିଂ) ଶିକାରୀ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ । ବନବିଭାଗ ର ପେଟ୍ରୋଲିଂ ବେଳେ ଦୁଇ ଶିକାରୀକୁ ଗିରଫ । ବୌଦ୍ଧ ବନଖଣ୍ଡ ପୁରୁଣାକଟକ ରେଞ୍ଜ ଯାଜପୁର ସଂରକ୍ଷିତ ଜଙ୍ଗଲ ରୁ ଦୁଇ ଜନ୍ତୁ ଶିକାରୀ ଗିରଫ । ୩ଟି ଅଫୁଟା ଶୀଷା ଗୁଳି ଗୋଟିଏ ବନ୍ଧୁକ ଓ ଟାଙ୍ଗିଆ ଜବତ। ଶିକାରୀ ଦୁଇଜଣ ହେଲେ ଝାଡ୍ରାଜିଙ୍ଗ ଗ୍ରାମର ପ୍ରତାପ ଯାନୀ ଓ ଅଜୟ ଦେହୁରୀ ।

ସୂଚନାମୁତାବକ ଆଜି ପୁରୁଣାକଟକ ରେଜ୍ଞ ଅନ୍ତର୍ଗତ ଘୋଡାଡିଆଁ ଗ୍ରାମ ନିକଟସ୍ଥ ଯାଜପୁର ସଂରକ୍ଷିତ ଜଙ୍ଗଲ ରେ ବନବିଭାଗ ପକ୍ଷରୁ ଏକ ଟିମ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ ନେତୃତ୍ୱରେ ପେଟ୍ରୋଲିଂଙ୍ଗ କରୁଥିବା ବେଳେ ଦୁଇଜଣ ଶିକାରୀ ମଧ୍ୟରୁ ଜଣେ ଟାଙ୍ଗିଆ ଆଉଜଣେ ବନ୍ଧୁକ ଧରି ଏକ ବାର୍ହାକୁ ଶିକାର ପାଇଁ ଗୋଡାଉ ଥିବା ବେଳେ ଉଭୟଙ୍କୁ କାବୁ କରିଥିଲା ବନବିଭାଗ ।

ତାଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ବାରୁଦ ୩ଟି ଅଫୁଟା ଶୀଷା ଗୁଳି ଓ ଗୋଟିଏ ଟାଙ୍ଗିଆ ଜବତ କରାଯାଇଛି । ତେବେ ଉଭୟଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି କାଲି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ  କହିଛନ୍ତି  ।

Related Post

ତୀରବିଦ୍ଧ ସମ୍ବରର ମୃତ୍ୟୁ

Posted by - December 2, 2019 6
ମୟୁରଭଞ୍ଜ:02/12 ଗାଁ ଭିତରକୁ ପଶିଆସିଥିବା ତୀରବିଦ୍ଧ ସମ୍ବର ଆହତ ଅବସ୍ଥାରେ ପୋଖରୀ ଭିତରକୁ ପଶିଗଲା। ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ବାରିପଦା ବନାଞ୍ଚଳ ଡୁକୁରାରେଞ୍ଜ ଅନ୍ତର୍ଗତ ବାଲିଜୋଡ଼…

ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

Posted by - January 1, 2019 0
ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ…

ବଡବିଲ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଭିଜଲାନ୍ସ ରେଡ

Posted by - February 25, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) ବଡବିଲ ତହସିଲ୍ ଅଧିନସ୍ଥ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ୍। ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଅତିରିକ୍ତ ରାଜସ୍ବନିରୀକ୍ଷକ ରାମେଶ୍ବର ମାରାଣ୍ଡି।…

ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

Posted by - June 9, 2021 0
ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା…