ଯାଜପୁର :ଯାଜପୁର ମାଟି ର ଐତିହ୍ୟ, ସଂସ୍କୃତି ପରମ୍ପରା ର ଆତ୍ମପ୍ରକାଶ ନୃତ୍ୟ,ସଙ୍ଗୀତ, କଳା ଓ ସାହିତ୍ୟ କୁ ଉଜୀବିତ କରି ରଖିବା ପାଇଁ ନୂତନ ବର୍ଷ କୁ ସ୍ୱାଗତ ଜଣାଇ କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ମ୍ୟୁଜିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ନୂତନ ବର୍ଷ ଆରମ୍ଭ ସନ୍ଧ୍ୟା ରେ ଓଡିଶା ର ଚିରସବୁଜ ସଙ୍ଗୀତ ସମ୍ରାଟ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ଉଦେଶ୍ୟରେ ଅକ୍ଷୟ ମହାନ୍ତି ମ୍ୟୁଜିକାଲ ନାଇଟ କୁ ଉଦଘାଟକ ଭାବେ ଭାରତୀୟ ଜୀବନ ବୀମା ନିଗମ କଟକ ଡିଭିଜନ ର ଡିଭିଜନାଲ ମ୍ୟାନେଜେର ଅନନ୍ତ ଭୂଷଣ ରଥ ଯୋଗଦେଇ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଅକ୍ଷୟ କୁମାର ମଲ୍ଲିକ ଯାଜପୁର ମାଟି କଳା ସଂସ୍କୃତି ଏତିହ୍ୟ ମାଟି ରେ କଳା ଭରପୁର ହୋଇ ରହିଛି ଏଠି ପ୍ରତିଭାଵାନ ବେକ୍ତି ଙ୍କ କଳା, ସଂସ୍କୃତି, ସଂଗୀତ, ନୁର୍ତ୍ୟ କୁ ଉଜୀବିତ କରି ରଖିପାରିଛନ୍ତି ବୋଲି ମତବେକ୍ତ କରିଥିଲେ
ବିଶିଷ୍ଟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ଚଳଚ୍ଚିତ୍ର ଅଭିନେତା ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କୁ ଭୁଇଅସି ପ୍ରଶଂସା କରିଥିଲେ. ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନ ର ଉପଦେଷ୍ଟା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦାନ କରି ଅକ୍ଷୟ ମହାନ୍ତି ମ୍ୟୁଜିକାଲ ନାଇଟ କାର୍ଯ୍ୟକ୍ରମ କୁ ଆସିଥିବା ସମସ୍ତ କଳାକାର ଙ୍କୁ ବକ୍ତବ୍ୟ ରେ ଉଛାହିତ କରିଥିଲେ. ସମ୍ଭାନିତ ଅତିଥି ଭାବେ ରିଜିଓନାଲ ମହାବିଦ୍ୟାଳୟ ର ଅଧକ୍ଷ ଅନିଲ କୁମାର ମହାନ୍ତି ଯୋଗଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ଅଧ୍ୟାପକ ଦାମୋଦର ବେହେରା କାର୍ଯ୍ୟକ୍ରମ କୁ ସଂଚାଳନ କରିଥିବା ବେଳେ ଅନୁଷ୍ଠାନ ର ସମ୍ପାଦକ ଡ଼କ୍ଟର କୈଳାଶ ଚନ୍ଦ୍ର ବେହେରା ଏହି ଉଛବ ସମ୍ପର୍କ ରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ କୁ କଣ୍ଠଶିଳ୍ପୀ ତଥା ସମାଜସେବୀ ଡ଼କ୍ଟର ସୁବାଷ ଚନ୍ଦ୍ର ପାଣି ସଂଗୀତ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ. ଅନୁଷ୍ଠାନ ର ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ୱାଇଁ ସଭାପତିତ୍ୱ ରେ ଅନୁଷ୍ଠିତ ଉଛବ ରେ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଥିବରାଜ ପଣ୍ଡା କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଅକ୍ଷୟ ସମ୍ଭାନ ରେ ସାନମାନିତ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ପଙ୍କଜ ମହାନ୍ତି ସଂଗୀତ ପରିଚାଳନା କରିଥିଲେ.ଏହି କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଥିବିରାଜ ପଣ୍ଡା, ଡ଼କ୍ଟର ସୁବାଷ ଚନ୍ଦ୍ର ପାଣି, ରମାକାନ୍ତ ସାହୁ, ମିସ ମୋନାଲିସା, ମିସ ନିଉଶ୍ରୀ ଅକ୍ଷୟ ମହାନ୍ତି ସଂଗୀତ ପରିବେଷଣ କରି ଦର୍ଶକ ଙ୍କ ମନମୁଗ୍ଧ କରିଥିଲେ. ଶେଷରେ ଅନୁଷ୍ଠାନ ର ସଭାପତି ହରିହର ସ୍ୱାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ