Breaking News
6:08 pmକଟକ ସବ୍‌ରେଜିଷ୍ଟ୍ରେର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ 6:07 pmଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ,ନବଙ୍କୁ ହତ୍ୟା ପଛରେ ଟପ ଲେଭେଲରେ ଥିବା ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ : କଂଗ୍ରେସ, 6:06 pmନବ ଦାସଙ୍କୁ ହତ୍ୟା ଘଟଣା: ବିରୋଧୀଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଦେବୀ ମିଶ୍ର 3:38 pmଯାଜପୁର:ନାବାଳିକାଙ୍କୁ ଗଣଦୁଷ୍କର୍ମ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର,କୋରେଇ ଥାନା କଡମା ଗ୍ରାମ ନିକଟରେ ହେଉଥିବା ଏକ ମେଳା ଦେଖିବାକୁ ଯାଇଥିଲେ ସେହି ଗ୍ରାମର ଜନୈକ ୧୬ ବର୍ଷୀୟା ନାବାଳିକା । ତେବେ ଫେରିଵା ବାଟରେ କଡମା ଗ୍ରାମର ଜଣେ ଯୁବକ ଓ ରାଉତପଡା ଗ୍ରାମର ଜଣେ ଯୁବକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଖବର 3:36 pmନବ ଦାସଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ (ଆଇଆଇସି) ଏତଲା ଦେଇଥିବା ଜଣାଯାଇଛି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଥିବା ସୂଚନା

ଘଣ୍ଟାପଡ଼ା ବଳାଞ୍ଚଳରେ ହାତୀଙ୍କ ଉପଦ୍ରବ , ଚିନ୍ତାରେ ଅଞ୍ଚଳବାସୀ,ସଂଧ୍ୟା ହେଲେ ତାଟି କବାଟ ବନ୍ଦ

56 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡ଼ା ସେକସନରେ ଆଜକୁ ଆଠଦିନ ହେବ ହାତୀମାନଙ୍କ ଉପଦ୍ରବ ଲାଗି ରହିଛି। ବନ ବିଭାଗର କର୍ମଚାରୀ ଘଉଡାଇବାରେ ନୟାନ୍ତ ହୋଇସାରିଲେଣି। ୧୦ଘରିଆ ହାତୀପଲସଂଧ୍ୟା ହେଲେ ଗାଁ ଗାଁ ପଶି ତାଟି କବାଟ ଭାଙ୍ଗି ଘରୁ ଧାନ ଖାଇ ଦେଉଛନ୍ତି ତ କାର ବିଲରଖଳାରୁ ଅମଳ ଧାନ ଖାଇ ଦେଉଛନ୍ତି।ଆହୁରୀ ମଧ୍ୟ ବର୍ତ୍ତମାନ ହେଉଥିବା ପନିପରିବା ବାଡିରେ ପଶି ଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି। ଏହା ପ୍ରତିଦିନର କାର୍ଯ୍ୟ। ସଂଧ୍ୟା ହେଲେ ଲୋକେ ଭୟରେ ତାଟି କବାଟ ବନ୍ଦକରି ଚେଇଁ ରହୁଛନ୍ତି । ଏପରି ସ୍ଥଳେ ଲାଇନ କଟିବା ଭୟକୁ ଦ୍ଵିଗୁଣିତ କରିଦେଉଛି ।

ଫଳରେ ଭଗବାନ ଭରସାରେ ଲୋକମାନେ କାଳାତିପାତ କରୁଛନ୍ତି।ଗୁରବାର ଭୋର ସମୟରେ ଅଞ୍ଚଳର କୋଡ଼ିବାହାଲ , କ୍ଷେତିପଡ଼ା, ସୁର୍କାଭଟ୍ଟା,ଅଞ୍ଚଳର ବହୁ ଚାଷ ନଷ୍ଟ କରିଦେଇଛନ୍ତି।ଗୋବର୍ଦ୍ଧନ ପ୍ରଧାନଙ୍କ ଫାର୍ମ ହାଉସକୁ ପଶି ୧୦ଟି ନଡ଼ିଆ ଗଛ, ଅନେକ କଦଳୀଗଛ, ଆମ୍ବ ଗଛ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ସେହିପରି ନବିନ ମିର୍ଦ୍ଧା, ପୂର୍ଣ୍ଣ ମେଣ୍ଡଲିଙ୍କ ପନିପରିବା ବାଡ଼ିରେ ଏକର ଏକରର କୋବି,ଟମାଟୋ,ବାଇଗଣ,କଖାରୁ ( ମାଖନ) ଆଦି ଅନେକ ଫସଲ ନଷ୍ଟ କରି ଦେଇଛନ୍ତି। ତେଣୁ ସର୍ବସାଧାରଣ ହାତୀପଲକୁ ଶିଘ୍ର ଘଉଡ଼ାଇବା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି ଏବଂ କ୍ଷତି ଗ୍ରସ୍ତ ସମସ୍ତ ଚାଷୀ ଙ୍କୁ କ୍ଷତି ପୂରଣ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି l

Related Post

ବୌଦ୍ଧରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

Posted by - November 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି…

ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବିରାଟ ଶୋଭାଯାତ୍ରା

Posted by - August 26, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଓବିସି ମଞ୍ଚ ତରଫରୁ ଆଜି ସରକାରଙ୍କ ରାଜନୈତିକ ସଂରକ୍ଷଣ ନୀତି ନେଇ ଅତିଷ୍ଠ ହୋଇ ବ୍ଲକ୍ ଅଧୀନସ୍ଥ…

ରାତି ଅଧିଆ ସୋନ ନଦୀ ଚୋରା ବାଲି ଖାଦାନରେ ଚଢ଼ାଉ,ଚୋରା ଚାଲାଣ କାରୀ ଛାନିଆ

Posted by - June 10, 2020 0
ନୀଳଗିରି(ସୌମ୍ୟା ସାଇ ବାରିକ)ହଠାତ୍ ନୀଳଗିରି ତହସିଲଦାର, ହେଲେ ତତ୍ପର।ପୋଲିସ ଫୋର୍ସ ସହିତ ରାତି ଅଧରେ କାଠପାଲ ନିକଟ ସୋନ ନଦୀ ପଠା, ଚୋରା ବାଲି ଖାଦାନ ରେ…

ଚାଷୀ ପ୍ରତିନିଧି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - July 2, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ସେବା ସମବାୟ ସମିତିର ଖାମଖିଆଲି ମନୋଭାବ ଯୋଗୁଁ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି l ଏନେଇ…

ଥୁଆମୂଳ ରାମପୁର ବ୍ଲକରେ ଝାଡାବାନ୍ତି ରୋଗର ପ୍ରାଦୁର୍ଭାବ,ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ କୁଟୃପାଟ ଓ କଣାସୁକଳୀ ରେ ପହଁଞ୍ଚିଲେ ଡାକ୍ତରୀ ଦଳ

Posted by - August 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଦେଖାଦେଇଛି ଝାଡାବାନ୍ତି ରୋଗର ପ୍ରାଦୁର୍ଭାବ ।କଳାହାଣ୍ଡି ଜିଲ୍ଲା ଥୁଆମୂଳ…