ଯାଜପୁର ଜିଲାରେ ୨୦୨୨–୨୩ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବସ ଯୋଜନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଚ୍ଥି ପ୍ରକୃତ ହିତାଧିକାରୀ ଚୟନ, ଯାଂଚ ପ୍ରକ୍ରିୟା ଏବଂ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତି ସମ୍ୱନ୍ଧରେ ଜିଲା ପରିଷଦ ମିନି ସଭା ଗୃହରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ରଶ୍ମିରେଖା ପ୍ରଧାନ, ପ୍ରୋଜେକ୍ଟ ମାନେଜର ସୋହାନା ବେଗମ୍ ଏବଂ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଅଂଶ ଗ୍ରହଣ କରିଥିଲେ ।
ଜିଲାର ୧୦ ଗୋଟି ବ୍ଳ୍କରୁ ସର୍ବମୋଟ ୩୪୬୩୨ ଜଣ ହିତାଧିକାରୀଙ୍କୁ ଘର ପାଇବାକୁ ଚିହ୍ନଟ କରାଯାଇଚ୍ଥି ଏବଂ ହିତାଧିକାରୀଙ୍କ ବ୍ଳ୍କୱାରୀ ତାଲିକା ଜିଲା ୱେବ୍ସାଇଟ୍ରେ ଅପଲୋଡ ହୋଇଚ୍ଥି । ପୂର୍ବ ଜନ ଗଣନା ସମୟରେ ଯାହାକୁ ପରିବାର ରୂପେ ଗ୍ରହଣ କରାଯାଇଚ୍ଥି ସେହି ହିସାବରେ ସାର୍ବଜନୀନ ତାଲିକା ପ୍ରସ୍ତୁତ କରାଯାଇଚ୍ଥି Iମାତ୍ର ଏହି ତାଲିକା ସୟଂ ସଂପୂର୍ଣ୍ଣ ନୁହେଁ ଏହା ପର୍ଯ୍ୟାୟ କ୍ରମେ ଯାଂଚ କରାଯାଇ ପୂର୍ଣ୍ଣାଙ୍ଗ ତାଲିକା ଧାର୍ଯ୍ୟ ସମୟ ପରେ ପ୍ରକାଶ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।