ମୁନିଗୁଡା: ୨୬।୧୨(ରମାକାନ୍ତ ପଡାଲ) ଉପାନ୍ତ ଅଞ୍ଚଳରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଲକ୍ଷକରି ଅମ୍ବାଦଳା ଲାଇଫ ଲାଇନ ମେଡିକାଲ ସ୍ୱାସ୍ଥ୍ୟ ଚିକିତ୍ସାର ସୁଧାର ଆଣିବା ପାଇଁ ଲୋକଙ୍କ ନିକଟତର ହେବା ସହ ମାଗଣା ସ୍ବାସ୍ଥ୍ୟ ଶିବିର ମାଧ୍ୟମରେ ସୁବିଧା ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି। ଲାଇଫ ଲାଇନ ମେଡିକାଲ ନିର୍ଦ୍ଦେଶିକା ସଂଯୁକ୍ତା ସାହୁଙ୍କ ତତ୍ବାବଧାନରେ ଡାକ୍ତର ଉତ୍କଳ କେଶରୀ ସାହୁ ଉପସ୍ଥିତ ରହି ଶତାଧିକ ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରିଥିଲେ।
ଏହି ଶିବିରଟି ରାୟଗଡ଼ା ଜିଲ୍ଲା ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଲୁନା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଷ୍ଟାପ ନର୍ସ ରଞ୍ଜୁ ପାତ୍ର, ଲାବୋଟରୀ ଟେକ୍ନିସିଆନ ବିଜୟଲକ୍ଷ୍ମୀ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ଅରୁଣ ସାହୁ, ସହଦେବ ମାଝୀ, ପ୍ରଶାନ୍ତ ପାଣିଗ୍ରାହୀ ସେବା ମାନଭାବ ନେଇ ସହଯୋଗ କରିଥିଲେ। ଲାଇଫ ଲାଇନ ମେଡିକାଲ ର ଏଭଳି ଜନ ମଙ୍ଗଳ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।