ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବଳାଶ୍ରମ ପଡିଆ ରେ ଉଦଘାଟିତ ହୋଇଛି ଦ୍ଵାଦଶ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା। ଅନନ୍ୟା ସାହିତ୍ୟ ସଂସଦ ଏବଂ ଯାଜପୁର ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ପୁସ୍ତକ ମେଳାକୁ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଂଜନ କୁମାର ଦାସ ଉଦଘାଟନ କରିଥିଲେ।
ସନ୍ତୋଷ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ସଂସ୍କୃତି ଅଧିକାରୀ ଦୁର୍ଯ୍ୟଧନ ମଲିକ ପ୍ରମୁଖ ଯୋଗ ଦେଇ ପୁସ୍ତକ ହିଁ ଜୀବନର ଗତିପଥକୁ ଏକ ଭିନ୍ନ ମାର୍ଗରେ ପରିଚାଳିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ଅନ୍ୟତମ ଅତିଥି ଯାଜପୁର ର ପୂର୍ବତନ ପୌରପାଳ ଭବ ପ୍ରସାଦ ଦାସ ଯୋଗଦେଇ ପୁସ୍ତକ ହିଁ ଜ୍ଞାନର ମାର୍ଗ ଦର୍ଶନ କରିଥାଏ ବୋଲି କହିଥିଲେ। ଏହି ପୁସ୍ତକ ମେଳା ରେ ୧୦୦ଟି ଷ୍ଟଲ ଖୋଲା ଯାଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାର ର ଅନେକ ପ୍ରକାଶକ ଯୋଗ ଦେଇଛନ୍ତି।